ହାଇଦ୍ରାବାଦ: ଅନେକ ଶିଶୁଙ୍କ ମଧ୍ୟରେ ଯୋଗାଯୋଗର ସମସ୍ୟା ଦେଖାଯାଇଥାଏ । ସମାଜ ସହ ମିଶିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି । ଏହି ବିଷୟରେ ଆମେ ପୂର୍ବରୁ ମଧ୍ୟ ଚର୍ଚ୍ଚା କରିଛେ । ମାତ୍ର ଏହି ସମସ୍ୟା କିପରି ଦୂର କରାଯାଇପାରିବ । ଅଭିଭାବକଙ୍କୁ ଏଥିପାଇଁ ଧ୍ୟାନ ଦେବା ଜରୁରୀ ମୁଖ୍ୟତଃ ଶିଶୁର ମାଆଙ୍କୁ । ଶିଶୁଙ୍କ ସହ ଭଲ ବ୍ୟବହାର ଓ କଥାବାର୍ତ୍ତା ଦ୍ବାରା ଏପରି ସମସ୍ୟା ଦୂର ହୋଇପାରିବ । ଶିଶୁଙ୍କ ସହ ମିଶିବା ସହ ଯୋଗାଯୋଗ କ୍ଷମତା ବଢାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ଫଳରେ ଉଭୟ ମାଆ ଓ ଶିଶୁଙ୍କ ମଧ୍ୟରେ ଚିନ୍ତା ଓ ଅବସାଦ ହ୍ରାସ ହୋଇଥାଏ । Western Reserve Universityର ନୂତନ ଗବେଷଣରୁ ଏହି ଫଳାଫଳ ସାମ୍ନାକୁ ଆସିଛି।
ସାଉଦୀ ଆରବର 28 ଶିଶୁଙ୍କୁ ନେଇ ଏହି ଗବେଷଣା କରାଗଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତିଦିନ ଶିଶୁଙ୍କ ସହ କଥାବାର୍ତ୍ତା ହେବା ଦ୍ବାରା ମାଆଙ୍କ ମଧ୍ୟରେ ଥିବା ଉଚ୍ଚ ଅବସାଦ ଓ ଚିନ୍ତା ଦୂର ହୋଇଥାଏ । ସାଉଦି ଆରବରେ ଏପରି ଅନେକ ଦିବ୍ୟାଙ୍ଗ ଶିଶୁ ଅଛନ୍ତି ଯାହାଙ୍କ ପାଇଁ ସାଧାରଣ ସୁବିଧା ମଧ୍ୟ ନାହିଁ । ଏଭଳି ପରିସ୍ଥିତିରେ କେବଳ ଅଭିଭାବକ ହିଁ ସେମାନଙ୍କୁ ସହୟତା କରିପାରିବେ । ଏହା ଉଭୟ ଶିଶୁ ଓ ଅଭିଭାବକଙ୍କ ପାଇଁ ଏକ ଭଲ ପଦକ୍ଷେପ । Autism ରୋଗ ଏକ ସାମାଜିକ ସମସ୍ୟା ଆଧାରିତ ରୋଗ ଯାହା ଶିଶୁଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ । ଫଳରେ ଉଭୟ ସମାଜ ଓ ପରିବାର ସହ ମିଶିବାରେ ଶିଶୁକୁ ସମୟ ଲାଗିଥାଏ ।