ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ଜାତୀୟ ରାଜପଥର ମରାମତି ଲାଗି ଶୀଘ୍ର ଅର୍ଥ ପ୍ରଦାନ କରିବାକୁ ରାଜ୍ୟସଭାରେ ଦାବି ଉଠାଇଛନ୍ତି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ। ଏନେଇ ସେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଜାତୀୟ ରାଜପଥ ମରାମତି ଲାଗି ଶୀଘ୍ର ଅର୍ଥ ପ୍ରଦାନ କରିବାକୁ ଦାବି - NH repairing fund release as soon as possible
ପ୍ରାକୃତିକ ବିପର୍ଯ୍ୟୟ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ଜାତୀୟ ରାଜପଥକୁ ମରାମତି ଲାଗି ଶୀଘ୍ର ଅର୍ଥ ପ୍ରଦାନ କରିବାକୁ ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ।
‘ଫନି’ ତଥା ପରବର୍ତ୍ତୀ ବର୍ଷା ଫଳରେ ହୋଇଥିବା ବନ୍ୟା ଯୋଗୁଁ ଜାତୀୟ ରାଜପଥ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରାମତି ଆବଶ୍ୟକ ହୋଇପଡିଛି। ଏଥିପାଇଁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅର୍ଥ ଦିଆଯାଇନଥିବାରୁ ଏଥିପ୍ରତି ଧ୍ୟାନ ଦେବା ସହ ଶିଘ୍ର ସହୟତା ପ୍ରଦାନ କରିବାକୁ ସାଂସଦ ପ୍ରଶାନ୍ତ ନନ୍ଦ ଦାବି କରିଛନ୍ତି।
ସାମୁଦ୍ରିକ ଝଡ ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ଜାତୀୟ ରାଜପଥର ମରାମତି ପାଇଁ ପାଖାପାଖି 6.91 କୋଟି ଟଙ୍କା ଦରକାର। ଏନେଇ କେନ୍ଦ୍ରକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ସହୟତା ମିଳିନାହିଁ। ଏହାସହ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜପଥର ମରାମତି ପାଇଁ 24.75 କୋଟି ଟଙ୍କା ଦରକାର ଥିବା ନେଇ କେନ୍ଦ୍ର ସରକାରଙ୍କୁ ଜଣାଯାଇଥିଲେ ସୁଦ୍ଧା କୌଣସି ଅର୍ଥ ମଞ୍ଜୁର ହୋଇନାହିଁ। ଏହା ଉପରେ ଦୃଷ୍ଟି ସାଂସଦ ପ୍ରଶାନ୍ତ ବିଭାଗୀୟ ମନ୍ତ୍ରୀଙ୍କୁ କହିଛନ୍ତି।