ଓଡିଶା

odisha

ETV Bharat / bharat

ଲକଡାଉନ କମାଲ, ହ୍ରାସ ପାଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ - Delhi's air turns satisfactory

କୋରୋନା ଯୋଗୁଁ ସ୍ବଚ୍ଛ ହେଉଛି ପ୍ରକୃତି । ଲକଡାଉନରେ ଦିଲ୍ଲୀ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ ରବିବାର ବାୟୁର ଗୁଣବତ୍ତା 76 ରେକର୍ଡ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହ୍ରାସ ପାଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ
ହ୍ରାସ ପାଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ

By

Published : Aug 9, 2020, 5:54 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ସ୍ବଚ୍ଛ ହେଉଛି ପ୍ରକୃତି । ଲକଡାଉନରେ ଦିଲ୍ଲୀ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି । ଲକଡାଉରେ ଗାଡି ଚଳାଚଳ ଏବଂ ଅଧିକାଂଶ କାରଖାନା ବନ୍ଦ ଥିବାରୁ ବାୟୁର ଗୁଣବତ୍ତା ସନ୍ତୋଷଜନକ ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ ରବିବାର ବାୟୁର ଗୁଣବତ୍ତା 76 ରେକର୍ଡ କରାଯାଇଛି ।

କେନ୍ଦ୍ର ଦ୍ୱାରା ପରିଚାଳିତ ଏୟାର କ୍ୱାଲିଟି ଓ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ ଅନୁଯାୟୀ ରବିବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସକାଳ 9 ଟାରେ 76 ରହିଥିଲା । ଯାହାକି ବାୟୁର ଗୁଣବତ୍ତା ଉତ୍ତମ ବୋଲି କୁହାଯାଉଛି।

ସୋମବାର ଦିଲ୍ଲୀରେ PM10 ପ୍ରଦୂଷକ 91 କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । PM2.5 ପ୍ରଦୂଷକ 48 କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା 'ସନ୍ତୋଷଜନକ' ବର୍ଗରେ ଅଛି ।

ସେହିପରି ସପ୍ତାହ ମଧ୍ୟରେ, PM10 ପ୍ରଦୂଷକ 84 ସଂଖ୍ୟାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏବଂ PM2.5 ପ୍ରଦୂଷକ ସଂଖ୍ୟା 44 ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ବାୟୁର ଗୁଣବତ୍ତାକୁ 'ସନ୍ତୋଷଜନକ' ବର୍ଗରେ ଥିବା କୁହାଯାଉଛି ।

ABOUT THE AUTHOR

...view details