ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ ହୋଇଛି । ଗୁରୁବାର ଦିଲ୍ଲୀ ବାୟୁସ୍ତର ‘ଖରାପ’ ଶ୍ରେଣୀର ରେକର୍ଡ କରାଯାଇଛି । ଦିଲ୍ଲୀର ଆନନ୍ଦ ବିହାର ଏବଂ ପତପରଗଞ୍ଜର ଏକ୍ୟୁଆଇ 210 ଏବଂ 214 ରହି ଥିବା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀର ବାୱାନା ଅଞ୍ଚଳର ଏକ୍ୟୁଆଇ 251 ରହିଛି । ଯାହା ଖରାପ ବର୍ଗର ଅଟେ ।
ଆସନ୍ତା 3 ଦିନ ଯାଏଁ ‘ଖରାପ ଶ୍ରେଣୀ’ର ରହିବ ଦିଲ୍ଲୀ ବାୟୁ ଗୁଣବତ୍ତା - ଏକ୍ୟୁଆଇ
ଦିଲ୍ଲୀର ଆନନ୍ଦ ବିହାର ଏବଂ ପତପରଗଞ୍ଜର ଏକ୍ୟୁଆଇ 210 ଏବଂ 214 ରହି ଥିବା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀର ବାୱାନା ଅଞ୍ଚଳର ଏକ୍ୟୁଆଇ 251 ରହିଛି । ଯାହା ଖରାପ ବର୍ଗର ଅଟେ ।
ତେବେ ଆସନ୍ତା ତିନି ଦିନ ଯାଏଁ ଦିଲ୍ଲୀର ଏକ୍ୟୁଆଇ ଖରାପ ଶ୍ରେଣୀର ରହିବା ନେଇ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର 10 ପର୍ଯ୍ୟନ୍ତ ଏହା ଆହୁରି ଖରାପ ଶ୍ରେଣୀର ରହିବ ବୋଲି ଆଶଙ୍କା କରାଯାଉଛି ବୋଲି ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ ସିଷ୍ଟମ (ସଫର) ସୂଚନା ପ୍ରଦାନ କରିଛି ।
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।