ନୂଆଦିଲ୍ଲୀ:ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ବାୟୂ ପ୍ରଦୂଷଣ । ବାୟୁ ପ୍ରଦୂଷଣରେ ପରିବେଶ ଅଣନିଶ୍ବସୀ । ବିଷ ବଳୟରେ ଦିଲ୍ଲୀ ସହର । ଶୁକ୍ରବାର ସକାଳରେ ଘନ କୁହୁଡି ଏବଂ ପ୍ରଦୂଷଣ ଯୋଗୁଁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା ଗମ୍ଭୀର ଦର୍ଶାଇଛି । ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ସାରା ସହରରେ ବାୟୁର ଗୁଣବତ୍ତା 431 ପଏଣ୍ଟ ରହିଛି । ଯାହାକି ବହୁତ ଖରାପ ଥିବା ପରିବେଷ ବିଭାଗ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ସହରର ଅନେକ ସ୍ଥାନରେ AQIରେ ବାୟୁର ଗୁଣବତ୍ତା ଗମ୍ଭୀର ଦର୍ଶାଇଛି । ଯେପରି ଆର.କେ ପୁରାମରେ ବାୟୁର ଗୁଣବତ୍ତା ନିମ୍ନ ସ୍ତରରେ ଅର୍ଥାତ 492 ପଏଣ୍ଟ ରହିଛି । ସେହିପରି ଦ୍ୱାରକା ସେକ୍ଟର -8 ରେ 497, ଅଶୋକ ବିହାରରେ 472, ଶାଦିପୁରରେ 443 ଏବଂ ଅନ୍ୟାନ୍ୟ ସହରମାନଙ୍କ ମଧ୍ୟରେ ଉତ୍ତର କ୍ୟାମ୍ପସ୍ ରେ 448 ପଏଣ୍ଟ ରହିଛି ।
କିପରି ଜାଣିବା ବାୟୁର ପ୍ରଦୂଷଣ ମାତ୍ରା-
- ଯଦି ବାୟୁର ଗୁଣବତ୍ତା AQIରେ 0-50 ମଧ୍ୟରେ ଦର୍ଶାଇବ ତେବେ ବାୟୁ ପ୍ରଦୂଷଣର ହାର ବହୁତ କମ ବା ଏହା ଭଲ ସ୍ତର ବୋଲି ଜାଣିବ ।
- 51-100 ପଏଣ୍ଟରେ ଥାଏ ତେବେ ଏହା ସନ୍ତୋଷଜନକ ।
- ସେହିପରି 101- 200 ପଏଣ୍ଟରେ ଥାଏ ତେବେ ଏହା ମଧ୍ୟମ ।
- 201 ରୁ 300 ପାରାମିଟିର ମଧ୍ୟରେ ଥାଏ ତେବେ ଏକ୍ୟୁଆଇ ହିସାବରେ ଖରାପ କହିବା ।
- ଯଦି ବାୟୁର ଗୁଣବତ୍ତା 301 ରୁ 400 ମଧ୍ୟରେ ଥାଏ ତେବେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଖରାପ ବୋଲି କହି ପାରିବା ।
- ଏୟାର କ୍ବାଲିଟି ଇଣ୍ଡେକ୍ସରେ 401ରୁ 500 ସ୍ତରକୁ ପହଞ୍ଚେ ତେବେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥରକୁ ପହଞ୍ଚିଛି ।