ନୂଆଦିଲ୍ଲୀ: ସାଙ୍ଘାତିକ ସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ଯାହାର ପ୍ରଭାବ ରାଜଧାନୀବାସୀଙ୍କ ଉପରେ ଦେଖିବାକୁ ମିଳିଛି । ଏକ୍ସପର୍ଟଙ୍କ ଅନୁସାରେ ଆସନ୍ତା 2 ଦିନ ପ୍ରଦୂଷଣର ମାତ୍ରା ଆହୁରି ବଢିବାର ଆଶଙ୍କା ରହିଛି । ପବନର ଗତିରେ ସୁଧାର ଆସିବାର କୌଣସି ଆଶଙ୍କା ନାହିଁ । ଗତ ବର୍ଷ ଅପେକ୍ଷା ଚଳିତବର୍ଷ 15 ରୁ 20 ପ୍ରତିଶତ ବାୟୁ ପ୍ରଦୂଷଣ ମାତ୍ରା ବଢିପାରେ ।
ସିପିବିସିର ତଥ୍ୟ ଅନୁସାରେ, ଆଜି (ଶନିବାର) ଆଇଟିଓରେ ବାୟୁ ଗୁଣବତ୍ତା ସୂଚକାଙ୍କ 338ରହିଛି । ଆଲିପୁର, ମୁଣ୍ଡକ ଓ ଓ୍ବାଜିରପୁରରେ ଗମ୍ଭୀର ଶ୍ରେଣୀରେ ଅଛି ବାୟୁ ସ୍ତର ।