ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଯାହାକୁ ନେଇ ଦୋକାନ ବଜାର ଠାରୁ ଆରମ୍ଭ କରି ସାର୍ବଜନୀକ ବାହନ ମଧ୍ୟ ବନ୍ଦ ରହିଛି । ତେବେ ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦିଲ୍ଲୀ ପୋଲିସ ଦେବଦୂତ ସାଜି ପହଞ୍ଚିଥିଲେ ।
ଆସିଲାନି ଆମ୍ବୁଲାନ୍ସ , ପୋଲିସ ଭ୍ୟାନରେ ପ୍ରସବ କଲେ ମହିଳା - ଦିଲ୍ଲୀ ଲକଡାଉନ
କୋରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଯାହାକୁ ନେଇ ଦୋକାନ ବଜାର ଠାରୁ ଆରମ୍ଭ କରି ସାର୍ବଜନୀକ ବାହନ ମଧ୍ୟ ବନ୍ଦ ରହିଛି । ତେବେ ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦିଲ୍ଲୀ ପୋଲିସ ଦେବଦୂତ ସାଜି ପହଞ୍ଚିଥିଲେ ।
ପୋଲିସ ଭ୍ୟାନରେ ଶିଶୁ ଜନ୍ମ ଦେଲେ ମହିଳା
ସୂଚନା ଅନୁଯାୟୀ, ଗତ ବୁଧବାର 28 ବର୍ଷୀୟ ମଞ୍ଜରୀ ଖାତୁନ ନାମକ ମହିଳାଙ୍କର ଡେଲିଭରୀ ହେବାର ଥିଲା । ତାଙ୍କ ପରିବାର ଲୋକେ ପୋଲିସକୁ କଲ କରି ଆମ୍ବୁଲାନ୍ସ ଯୋଗାଇବା ପାଇଁ କହିଥିଲେ । ଖବର ପାଇ ଦିଲ୍ଲୀ ପୋଲିସ ତୁରନ୍ତ କିଦଗଇ ନଗର ସ୍ଥିତ ମହିଳାଙ୍କ ଘରେ ପହଞ୍ଚିଥିଲେ ।
ଏହାପରେ ପୋଲିସ ମହିଳାଙ୍କୁ ସଫଦରଜଙ୍ଗ ମେଡିକାଲ ନେବାକୁ ବାହାରିଥିଲେ । ମାତ୍ର ମହିଳା ଜଣଙ୍କ ରାସ୍ତାରେ ହିଁ ପୋଲିସ ଭ୍ୟାନ ମଧ୍ୟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏହାପରେ ମହିଳା ଏବଂ ଶିଶୁଙ୍କୁ ମେଡିକାଲକୁ ନିଆଯାଇଥିଲା । ଯେଉଁଠାରେ ସେମାନେ ସୁସ୍ଥ ଥିବା ଜଣାପଡିଛି ।