ଓଡିଶା

odisha

ETV Bharat / bharat

ସିଏଏ ହିଂସା, ଉତ୍ତର-ପୂର୍ବ ଦିଲ୍ଲୀରେ ରୋଜଗାର ଠପ୍‌ - ଉତ୍ତର-ପୂର୍ବ ଦିଲ୍ଲୀରେ ରୋଜଗାର ଠପ୍‌

ସିଏଏକୁ ନେଇ ଦେଖାଯାଇଥିବା ହିଂସା କାରଣରୁ ଉତ୍ତର-ପୂର୍ବ ଦିଲ୍ଲୀରେ ରୋଜଗାର ଠପ୍‌ ହୋଇଯାଇଛି । ସୀଲମପୁରରୁ ଆରମ୍ଭ କରି ଜାଫରାବାଦ ପର୍ଯ୍ୟନ୍ତ ମଙ୍ଗଳବାର ଦୋକାନବଜାର ବନ୍ଦ ଥିବାରୁ କାରବାର ଠପ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି ।

delhi violence
ସିଏଏ ହିଂସା, ଉତ୍ତର-ପୂର୍ବ ଦିଲ୍ଲୀରେ ରୋଜଗାର ଠପ୍‌

By

Published : Feb 25, 2020, 1:48 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦେଖାଯାଇଥିବା ହିଂସା କାରଣରୁ ଉତ୍ତର-ପୂର୍ବ ଦିଲ୍ଲୀରେ ରୋଜଗାର ଠପ୍‌ । ସୀଲମପୁରରୁ ଆରମ୍ଭ କରି ଜାଫରାବାଦ ପର୍ଯ୍ୟନ୍ତ ମଙ୍ଗଳବାର ଦୋକାନବଜାର ବନ୍ଦ ଥିବାରୁ କାରବାର ଠପ୍‌ ହୋଇଯାଇଛି ।

ଦୋକାନ ଖୋଲା ରଖିଲେ ତାଙ୍କୁ ଟାର୍ଗେଟ କରାଯାଇପାରେ ଭାବି ଦୋକାନୀମାନେ ଦୋକାନ ଖୋଲିବାକୁ ଡରୁଛନ୍ତି । ଗତ ରବିବାର ଠାରୁ କପଡା ବ୍ୟବସାୟୀଙ୍କ ଦୋକାନ ବନ୍ଦ ଥିବାରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଜାଫରାବାଦର କପଡା ବ୍ୟବସାୟୀ କହିଛନ୍ତି ।

ସୀଲମପୁରର ଜାଗା ଜାଗାରେ ପୋଲିସ ବ୍ୟାରିକେଟ କରିଛି । ଗୋଟିଏ ପାଖରେ ହିଁ ଗାଡି ଗୁଡିକୁ ଛଡା ଯାଉଛି । ଏହାସହ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଯେଉଁଠି ବି ପୋଲିସ ଅଧିକ ଲୋକଙ୍କୁ ଏକାଠି ହେଉଥିବାର ଦେଖୁଛି, ସେଠାରୁ ସେମାନଙ୍କୁ ବିତାଡିତ କରୁଛି ।

ସୌଜନ୍ୟ: IANS

ABOUT THE AUTHOR

...view details