ଓଡିଶା

odisha

ETV Bharat / bharat

ପୁନଃ ମ୍ୟାପିଙ୍ଗ ପରେ ଦିଲ୍ଲୀରେ ବଢିବ କଣ୍ଟେନମେଣ୍ଟ ଜୋନ - ରି ମ୍ୟାପିଙ୍ଗ ପରେ ଦିଲ୍ଲୀରେ ବଢିବ କଣ୍ଟେନମେଣ୍ଟ ଜୋନ

ଦିଲ୍ଲୀରେ ଅଣାୟତଃ ହେଲାଣି କୋରୋନା ସ୍ଥିତି । ରି-ମ୍ୟାପିଙ୍ଗ ପରେ ଆଗାମୀ ଦିନରେ ଦିଲ୍ଲୀର କୋଭିଡ-19 କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ପୁନଃ ମ୍ୟାପିଙ୍ଗ ପରେ ଦିଲ୍ଲୀରେ ବଢିବ କଣ୍ଟେନମେଣ୍ଟ ଜୋନ
ପୁନଃ ମ୍ୟାପିଙ୍ଗ ପରେ ଦିଲ୍ଲୀରେ ବଢିବ କଣ୍ଟେନମେଣ୍ଟ ଜୋନ

By

Published : Jun 27, 2020, 10:21 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିଦିନ ବଢୁଛି କୋରୋନା ମାମାଲା । ଏହାର ମୁକାବିଲା ପାଇଁ ଘନ ଘନ ବୈଠକ ସହ ସଂକ୍ରମଣ ରୋକିବାକୁ ନିଆଯାଉଛି ପଦକ୍ଷେପ । ତେବେ ରି-ମ୍ୟାପିଙ୍ଗ ପରେ ଆଗାମୀ ଦିନରେ ଦିଲ୍ଲୀର କୋଭିଡ-19 କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧି ପାଇବ । ଏହାସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ଅଧିକାରୀମାନେ ଏହାକୁ ମାଇକ୍ରୋ କ୍ଲଷ୍ଟରରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଉତ୍ତର ପଶ୍ଚିମ ଜିଲ୍ଲାରେ ଯେଉଁଠାରେ ସମୀକ୍ଷା ସରିଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା 21ରୁ 28କୁ ବୃଦ୍ଧି ପାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । କେତେକ ଜିଲ୍ଲାରେ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ କାରଣ ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନର ସୀମା ପୁନଃନିର୍ମାଣ କରୁଛନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି ।

ଶୁକ୍ରବାର ସୁଦ୍ଧା ସହରରେ ମୋଟ 280ଟି କଣ୍ଟେନମେଣ୍ଟ ଜୋନ ରହିଛି । ଜୁନ 30 ସୁଦ୍ଧା କଣ୍ଟେନମେଣ୍ଟ ଜୋନର ରି ମ୍ୟାପିଂ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିକଟରେ ଦିଲ୍ଲୀ ସରକାରଙ୍କୁ ଭି.କେ ପାଲ କମିଟି ଦ୍ବାରା ସୁପାରିଶ କରାଯାଇଥିବା କଣ୍ଟେନମେଣ୍ଟ ଜୋନରେ ରଣନୀତି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।

କମିଟି ସୁପାରିଶ କରିଥିଲା ​​ଯେ କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ପୁନର୍ବାର ନୀରିକ୍ଷଣ କରାଯିବ । ସେହି ଅଞ୍ଚଳରେ ଚାଲିଥିବା କାର୍ଯ୍ୟକଳାପ ଉପରେ କଡା ସଚେତନତା ଏବଂ ନିୟନ୍ତ୍ରଣ ରଖାଯିବ। କଣ୍ଟେନମେଣ୍ଟ ଜୋନର ସଂଶୋଧିତ କିମ୍ବା ନୂତନ ସୀମା ଜୁନ୍ 26 ସୁଦ୍ଧା ପ୍ରସ୍ତୁତ ହେବା ଉଚିତ୍, ଜୁନ୍ 30 ସୁଦ୍ଧା 100 ପ୍ରତିଶତ ଜୋନ୍ ସର୍ଭେ କରାଯିବା ଉଚିତ୍ ଏବଂ ବାକି ଦିଲ୍ଲୀ ପାଇଁ ଜୁଲାଇ 6 ସୁଦ୍ଧା ଏକ ବ୍ୟାପକ ସର୍ଭେ କରାଯିବା ଉଚିତ।

For All Latest Updates

ABOUT THE AUTHOR

...view details