ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ଗଙ୍ଗାରାମ ମେଡିକାଲ ସହ ଯାେଡା ହେଲା ପଞ୍ଚତାରକା ହୋଟେଲ - କୋରୋନା ମାମଲା ବୃଦ୍ଧି

ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି ତାଜ ମାନସିଂହ ହୋଟେଲକୁ ସର ଗଙ୍ଗାରାମ ମେଡିକାଲ ସହ ଯୋଡି ଏହାର ପରିସର ଏବଂ କୋଠରୀକୁ କୋରୋନା କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ଏବଂ ଜୁଲାଇ ଶେଷ ସୁଦ୍ଧା 1.5 ଲକ୍ଷ ବେଡ୍ ଆବଶ୍ୟକତାକୁ ଦୃଷ୍ଟିରେ ଏହି ପଦକ୍ଷେପ ନେଇଛନ୍ତି ।

corona
ତାଜ ମାନସିଂ ହୋଟଲକୁ କୋରୋନା ସେଣ୍ଟର ଭାବେ ବ୍ୟବହାର କରିବେ ଦିଲ୍ଲୀ ସରକାର

By

Published : Jun 17, 2020, 11:38 AM IST

ନୂଆଦିଲ୍ଲୀ: ତାଜ ମାନସିଂ ହୋଟେଲକୁ ସର ଗଙ୍ଗାରାମ ମେଡିକାଲ ସହ ଯୋଡି ଏହାର ପରିସର ଏବଂ କୋଠରୀକୁ କୋରୋନା କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ଏବଂ ଜୁଲାଇ ଶେଷ ସୁଦ୍ଧା 1.5 ଲକ୍ଷ ବେଡ୍ ଆବଶ୍ୟକତାକୁ ଦୃଷ୍ଟିରେ ଏହି ପଦକ୍ଷେପ ନେଇଛନ୍ତି ।

ଟାଟା ଗ୍ରୁପର ତାଜ ମାନସିଂ ହୋଟେଲ ଲୁଟିୟନ ଦିଲ୍ଲୀ ମଧ୍ୟଭାଗରେ ଅବସ୍ଥିତ । ଦିଲ୍ଲୀ ସରକାର କୋରୋନା ମାମଲା ବୃଦ୍ଧି ହେତୁ ବହୁ ସଂଖ୍ୟକ ବେଡ ଆବଶ୍ୟକ ହେବ ବୋଲି ଆଶଙ୍କା କରିଛନ୍ତି । ତେବେ ଗଙ୍ଗା ରାମ ମେଡିକାଲକୁ ପୂର୍ବରୁ କୋରୋନା କେନ୍ଦ୍ର ଘୋଷଣା କରାଯାଇଛି ।

ତେବେ ଏହି ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଚିକିତ୍ସା ସମୟରେ ସୃଷ୍ଟି ହେଉଥିବା ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନର ଦାୟିତ୍ବ ଡାକ୍ତରଖାନାର । ଏହି ନିର୍ଦ୍ଦେଶ ଅନୁଯାୟୀ, କୋରୋନା ରୋଗୀଙ୍କ ଦେଖାଶୁଣା ପାଇଁ ହୋଟେଲର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଏବଂ ତାଲିମ ଦିଆଯିବ ।

ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଡାକ୍ତରଖାନା କରିବ । ଖାଦ୍ୟ ଏବଂ ସ୍ବଚ୍ଛତା ସହିତ ଅନ୍ୟାନ୍ୟ କାର୍ଯ୍ୟ ହୋଟେଲ ବୁଝିବ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ରୁମର ଭଡା ଡାକ୍ତରଖାନାରୁ ସଂଗ୍ରହ କରାଯାଇ ହୋଟେଲକୁ ଦିଆଯିବ ।

ଅଧିକାରୀଙ୍କ କହିବାନୁସାରେ, ଯଦି ଆବଶ୍ୟକ ହୁଏ ତେବେ ଡାକ୍ତରଖାନା ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ହୋଟେଲ ବ୍ୟବସ୍ଥା କରିପାରିବ । ଏଥିପାଇଁ ହୋଟେଲ ଏବଂ ହସ୍ପିଟାଲ ମିଶି ଫି ସ୍ଥିର କରିବେ।

ABOUT THE AUTHOR

...view details