ଓଡିଶା

odisha

ଆତଙ୍କବାଦୀଙ୍କ ଟାର୍ଗେଟରେ ଜେଲ, ହାଇଆଲର୍ଟରେ ଦିଲ୍ଲୀ

By

Published : Jul 30, 2020, 3:58 PM IST

ଆତଙ୍କବାଦୀ ଦେଶର ବଡ ବଡ ଜେଲ ଉପରେ ଆକ୍ରମଣ କରିପାରନ୍ତି। ଏ ସମ୍ପର୍କରେ ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି।

ଦେଶର ଜେଲରେ ହୋଇପାରେ ଆତଙ୍କୀ ହମଲା
ଦେଶର ଜେଲରେ ହୋଇପାରେ ଆତଙ୍କୀ ହମଲା

ନୂଆଦିଲ୍ଲୀ: ଆତଙ୍କବାଦୀ ଦେଶର ବଡ ବଡ ଜେଲରେ ଆକ୍ରମଣ କରିପାରନ୍ତି। ଏ ସମ୍ପର୍କରେ ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି। ଗୁପ୍ତଚର ଏଜେନ୍ସି ଅନୁଯାୟୀ, ରାଜଧାନୀ ଦିଲ୍ଲୀର ପ୍ରମୁଖ ଜେଲ ଗୁଡିକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ହୋଇପାରେ। ଏଥିପାଇଁ ଦିଲ୍ଲୀ ପୋଲିସ ଓ ଜେଲ ପ୍ରଶାସନକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

ନାଗରିକତା ସଂଶୋଧନ ଆଇନ ବିରୋଧ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତକୁ ମୁକ୍ତ କରିବା ଓ ଭାରତର ବଡ ଜେଲ ଉପରେ ଆକ୍ରମଣ କରିବାକୁ ଆଇଏସଆଇଏସ ଏହାର ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଛି । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଏହି ସତର୍କ ସୂଚନା ଦେଇଛନ୍ତି। ଗୁପ୍ତଚର ଏଜେନ୍ସି ଦ୍ବାରା ଆଲର୍ଟ ପାଇବା ପରଠାରୁ ଦିଲ୍ଲୀ ପୋଲିସ ଓ ତିହାର ଜେଲ ପ୍ରଶାସନ ନିରାପତ୍ତା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ଓ ସେମାନଙ୍କର ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

ABOUT THE AUTHOR

...view details