ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ, ଏୟାର ଇଣ୍ଡେକ୍ସରେ 280 ରେକର୍ଡ - ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ

ଦିଲ୍ଲୀରେ ଏବେବି ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ମଙ୍ଗଳବାର ସକାଳୁ ଦିଲ୍ଲୀର ଏୟାର ଇଣ୍ଡେକ୍ସ 280 ରେକର୍ଡ । ଅଧିକ ପଢନ୍ତୁ...

ଏୟାର ଇଣ୍ଡେକ୍ସରେ 280 ରେକର୍ଡ
ଏୟାର ଇଣ୍ଡେକ୍ସରେ 280 ରେକର୍ଡ

By

Published : Feb 4, 2020, 1:11 PM IST

ନୂଆଦିଲ୍ଲୀ: ପ୍ରଦୂଷଣରୁ ନିସ୍ତାର ପାଉନାହାଁନ୍ତି ଦିଲ୍ଲୀବାସୀ। ପାଗ ଫର୍ଚ୍ଚା ହେବା ସତ୍ତ୍ବେ ପ୍ରଦୂଷଣର ସ୍ତର ଲଗାତାର ଗମ୍ଭୀର ହେବାରେ ଲାଗିଛି । ମଙ୍ଗଳବାର ସକାଳୁ ଦିଲ୍ଲୀର ଏୟାର ଇଣ୍ଡେକ୍ସ 280 ରେକର୍ଡ କରାଯାଇଛି । ଯାହା ଗମ୍ଭୀର ଶ୍ରେଣୀ ଅନ୍ତର୍ଭୁକ୍ତ ।

ତେବେ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ତର ସମ୍ବଦ୍ଧରେ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ଯେ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରଦୂଷଣରେ ଲତପତ ହେବେ ଦିଲ୍ଲୀବାସୀ । କାରଣ ବର୍ତ୍ତମାନ ଦିଲ୍ଲୀ ଓ ଏନସିଆରରେ ବାୟୁ ସ୍ଥିର ରହିଛି । ଯାହାକୁ ନେଇ ପ୍ରଦୂଷଣ କଣିକା ବାୟୂମଣ୍ଡଳରେ ଜମିଯାଇଛି । ଯେଉଁ କାରଣରୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଏୟାର ଇଣ୍ଡେକ୍ସରେ 280 ରେକର୍ଡ

ଆସନ୍ତୁ ଦେଖିବା ମଙ୍ଗଳବାର ଏୟାର ଇଣ୍ଡେକ୍ସରେ କେତେ ରହିଛି ପ୍ରଦୂଷଣର ମାତ୍ରା...

ଆନନ୍ଦ ବିହାର-320
ଅଶୋକ ବିହାର-301
ଆୟା ନଗର-203
ବବାନା-336
ଡିଟିୟୁ-296
ଦ୍ବାରକା-313
ଦିଲଶାଦ ଗାର୍ଡେନ-256
ଆଇଟିଓ-289
ଜହାଙ୍ଗିରପୁର-304
ମନ୍ଦିର ମାର୍ଗ-253
ମୁଣ୍ଡକା-335
ନରେଲା-278
ନେହରୁ ମାର୍ଗ-353
ଓଖଲା-280
ପଞ୍ଜାବୀ ବାଗ-280
ରୋହିଣା-337

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details