ଓଡିଶା

odisha

By

Published : Dec 18, 2019, 11:02 AM IST

ETV Bharat / bharat

ଜାମିଆ ହିଂସାକାଣ୍ଡ ଘଟଣା: ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାମରେ ଏଫଆଇଆର ରୁଜୁ

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଦିଲ୍ଲୀର ଜାମିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସାମିଲ ଅଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ।  ଏହି ହିଂସାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନଙ୍କ ନାମରେ ଏଫଆଇଆର ରୁଜୁ କରିଛି ପୋଲିସ ।

Congress MLA in Jamia violence case
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଦିଲ୍ଲୀର ଜାମିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସାମିଲ ଅଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ । ଏହି ହିଂସାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନଙ୍କ ନାମରେ ଏଫଆଇଆର ରୁଜୁ କରିଛି ପୋଲିସ । ତେବେ ଏହି ମାମଲାରେ ପୋଲିସ କଂଗ୍ରେସ ନେତାଙ୍କ ସମେତ 7 ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

ଫାଇଲ ଫଟୋ

ରବିବାର ଜାମିଆ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡରେ ଡିଟିସିର 4ଟି ବସ୍‌, 2ଟି ପୋଲିସ ବାହନ ଏବଂ ପ୍ରାୟ 100ଟି ବ୍ୟକ୍ତିଗତ ବାହନକୁ ଭଙ୍ଗାରୁଜା କରିବା ସହ କିଛି ବାହନକୁ ଜାଳି ଦିଆଯାଇଥିଲା । ନାଗରିକତ୍ବ ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ଚାଲିଥିବା ପ୍ରଦର୍ଶନ ରବିବାର ହିଂସାକାଣ୍ଡର ରୂପ ନେଇଥିଲା । ଜାମିଆ ଏବଂ ନ୍ୟୁ ଫ୍ରେଣ୍ଡ୍‌ସ କଲୋନିରେ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଲାଠିଚାର୍ଜ କରିଥିଲା ଏବଂ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା ।

ସୂଚନାଯୋଗ୍ୟ ଯେ, ଆସିଫ ମହମ୍ମଦ ଖାନ ଓଖଲା ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ । ସେ 2009 ଉପନିର୍ବାଚନ ଏବଂ 2013 ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ।

ABOUT THE AUTHOR

...view details