ଓଡିଶା

odisha

By

Published : Apr 30, 2020, 8:35 PM IST

ETV Bharat / bharat

ନିଜାମୁଦ୍ଦିନ ମର୍କଜ ମୁଖ୍ୟଙ୍କୁ ଚତୁର୍ଥ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ

ମୌଲାନା ସାଦଙ୍କୁ ଚତୁର୍ଥ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ । କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ, ମୌଲାନା ସାଦ କିଛି ପ୍ରଶ୍ନର ଉତ୍ତର ଦେଇନଥିବାରୁ ତାଙ୍କୁ ଚତୁର୍ଥ ନୋଟିସ ପଠାଯାଇଛି ।

maulana saad
ମୌଲାନା ସାଦଙ୍କୁ ଚତୁର୍ଥ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ମୌଲାନା ସାଦଙ୍କୁ ଚତୁର୍ଥ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ । ତବଲାଗ ଜମମାତ୍ ମୁଖ୍ୟ ମୌଲାନା ସାଦଙ୍କୁ ସରକାରୀ ଲାବ୍ରୋଟୋରୀରେ କୋରୋନା ପରୀକ୍ଷା କରିବାକୁ କୁହାଯାଇଥିଲା ।ଏକ ଘରୋଇ ଲାବ୍ରୋଟୋରୀରେ କରାଯାଇଥିବା ପରୀକ୍ଷଣରେ ମୌଲାନା ସାଦଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କ ଓକିଲ ଫୁଜୈଲ ଆୟୁବି ଗତ ସୋମବାର ଦିନ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ଉକ୍ତ ରିପୋର୍ଟକୁ ଦାଖଲ କରିଥିଲେ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ, ମୌଲାନା ସାଦ କିଛି ପ୍ରଶ୍ନର ଉତ୍ତର ଦେଇନଥିବାରୁ ତାଙ୍କୁ ଚତୁର୍ଥ ନୋଟିସ ପଠାଯାଇଛି । ତେବେ ଏହାପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ନିଜାମୁଦ୍ଦିନ ମରକଜ ସମାରୋହ ଆୟୋଜନ କରିଥିବାରୁ ମୌଲାନା ସାଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ପ୍ରକାଶ ଥାଉକି, ନିଜାମୁଦ୍ଦିନ ମରକଜ ସମାରୋହ କୋରୋନା ଭାଇରସ୍ ବିସ୍ତାରର ଏକ କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମାରୋହରେ ଯୋଗ ଦେଇଥିବା ଅନେକ ଲୋକ କୋରୋନା ପଜେଟିଭ୍ ପରୀକ୍ଷା କରି ସାରା ଦେଶରେ ଶହ ଶହ ଲୋକଙ୍କୁ ସଂକ୍ରମିତ କରିଥିଲେ। ଏହାଛଡା ମନି ଲଣ୍ଡରିଂକୁ ନେଇ ମୌଲାନା ସାହଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି ।

ABOUT THE AUTHOR

...view details