ଓଡିଶା

odisha

ETV Bharat / bharat

ସୋସିଆଲ ମିଡ଼ିଆରେ ମେସେଜ ଭାଇରାଲ, ସାହିନ ବାଗରେ 144 ଧାରା

ସାହିନବାଗ ଅଞ୍ଚଳରେ ଧାରା 144 ବଳବତ୍ତର । କଡ଼ା ପ୍ରହରା ଭିତରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛି ଦିଲ୍ଲୀ ପୋଲିସ । ରାଜଧାନୀର ସରିତା ବିହାର ଏବଂ ଏମଏନ ବ୍ଲକରେ ମଧ୍ୟ ପୋଲିସ ଛାଉଣୀ । ଅଧିକ ପଢନ୍ତୁ...

delhi-police
delhi-police

By

Published : Mar 2, 2020, 11:43 AM IST

ନୂଆଦିଲ୍ଲୀ: ରବିବାର ସାହିନବାଗ ଅଞ୍ଚଳରେ ପୋଲିସ ପକ୍ଷରୁ ଜାରି ହୋଇଛି 144 ଧାରା । ସେହିପରି ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ବ୍ଲକ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ସରିତା ବିହାର ଏବଂ ଏମଏନ ବ୍ଲକରେ ମଧ୍ୟ ଧାରା 144 ଲଗାଯାଇଛି ।

ସୋସିଆଲ ମିଡ଼ିଆରେ ମେସେଜ ଭାଇରାଲ, ସାହିନ ବାଗରେ 144

ସିଏଏ ଓ ଏନଆରସିକୁ ନେଇ ଗୋଟେପଟେ ଦିଲ୍ଲୀରେ ଯେଉଁପରି ହିଂସା ଘଟିଗଲା ତାହାର ଭରଣା ଏପର୍ଯ୍ୟନ୍ତ ମଧ୍ୟ ଅସମ୍ଭବ ହୋଇଯାଇଛି । ଏକ ଗୋଷ୍ଠୀ ସାହିନବାଗ ଅଞ୍ଚଳରେ ଏକତ୍ର ହେବାକୁ ନେଇ ସୋସିଆଲ ମିଡ଼ିଆରେ ମେଜେସ ଭାଇରାଲ ହୋଇଥିଲା । ପ୍ରରିବାଦକାରୀଙ୍କ ବିକ୍ଷୋଭରେ ଏମାନେ ରୁଣ୍ଡ ହେବା ସହ ବନ୍ଦ ପଡ଼ିଥିବା ରାସ୍ତାକୁ ଖୋଲିବା ନେଇ ବାର୍ତ୍ତା ଦେଇଥିଲେ ।

ସୋସିଆଲ ମିଡ଼ିଆରେ ଏପରି ମେସେଜ ଭାଇରାଲ ହେବା ପରେ ପୋଲିସ ତାହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ଅଞ୍ଚଳରେ ପଦର୍ଶନ ନକରିବା ସହିତ ବିକ୍ଷୋଭ ନକରିବାକୁ ପରାମର୍ଶ ଦେଇଛି । ବିଭିନ୍ନ ସ୍ଥାନରେ ପୋଲିସ ପୋଷ୍ଟର ମଧ୍ୟ ଲଗାଇଛି । ବିକ୍ଷୋଭ କିମ୍ବା ପ୍ରତିବାଦ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details