ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଦିଲ୍ଲୀ ପୋଲିସକୁ ବଡ ସଫଳତା । ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଜଣେ ସଦସ୍ୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମୁଦାସୀର ଅହମ୍ମଦ ଖାନଙ୍କ ନିକଟତର ସହଯୋଗୀ ସାଜିଦ ଖାନକୁ ଗିରଫ କରିଛି ପୋଲିସ । ଗତ ଗୁରୁବାର ରାଜଧାନୀର ଲାଲକିଲ୍ଲା ଅଞ୍ଚଳରୁ ଗିରଫ କରିଛି ପୋଲିସ ।
ସୂଚନାଅନୁସାରେ, ସାଜିଦ ଖାନ ଜମ୍ମୁ-କାଶ୍ମୀର ବୋଲି ଜଣାପଡିଛି । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦରନିକଟତର ଥିଲା ସାଜିଦ। ପୁଲୱାମାରେ ସିଆରପିଏଫଙ୍କ ବସ ଉପରେ ହୋଇଥିବା ଆକ୍ରମଣ ବିଷୟରେ ତାକୁ ସମସ୍ତ ସୂଚନା ଥିଲା। ସାଜିଦ ଚଳିତ ମାସ ଆରମ୍ଭରେ ସେନାର ସର୍ଚ୍ଚ ଅପରେସନରେ ନିହତ ହୋଇଥିଲା ମୁଦାସୀର। ମୁଦାସୀର ଅହମଦ ସାଜିଦ ଖାନକୁ ଦିଲ୍ଲୀର ଏକ ସ୍ଲିପର ସେଲ ସ୍ଥାପିତ କରିବା ନେଇ ଦାୟିତ୍ବ ଦେଇଥିଲେ।