ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ସକ୍ରିୟ ତାମିଲ ମୋଡ୍ୟୁଲ ଆତଙ୍କବାଦୀ, ସତର୍କତା ଜାରି - delhi special police news

କିଛି ବର୍ଷ ପୂର୍ବେ ମଧ୍ୟପ୍ରାଚ୍ୟ ସମେତ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ(ଇସଲାମିକ ଷ୍ଟେଟ) ସହ ଜଡିତ ତାମିଲନାଡୁ ମୋଡ୍ୟୁଲ ଦିଲ୍ଲୀ ଏନସିଆର ଅଞ୍ଚଳରେ ସକ୍ରିୟ ଅଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏକ ଭଡା ଘରୁ ଆଇଏସ ସହିତ ସମ୍ପୃକ୍ତ ତାମିଲନାଡୁ ମୋଡ୍ୟୁଲ ତିନି ଆତଙ୍କବାଦୀକୁ ଗରଫ କରାଯାଇଛି।

delhi-police-arrested-by-tamilnadu-module-3-isis-terrorist
ଦିଲ୍ଲୀରେ ତାମିଲମଡ୍ୟୁଲର ଆଇଏସ ଆଇଏସ ଆତଙ୍କବାଦୀ ଗିରଫ, ସୁରକ୍ଷା କଡାକଡି

By

Published : Jan 22, 2020, 12:36 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ଜଡିତ ତାମିଲନାଡୁ ମୋଡ୍ୟୁଲକୁ ଗିରଫ କରିବାରେ ସଫଳ ହୋଇଛି। ଗତ 9 ଜାନୁୟାରୀରେ ଦିଲ୍ଲୀର ବଜିରାବାଦର ଏକ ଭଡା ଘରୁ ଆଇଏସ ସହିତ ଜଡିତ ତାମିଲନାଡୁ ମୋଡ୍ୟୁଲ ତିନି ଆତଙ୍କବାଦୀ ଖ୍ବାଜା ମଇଦିନ, ସୟଦ ଅଲ୍ଲୀ ନବାଜ ଓ ଅବଦୁଲ୍ଲ ସମଦକୁ ପୋଲିସ ଗିରଫ କରିଥିଲା। ଅନ୍ୟ ଏକ ଆତଙ୍କବାଦୀକୁ ଗୁଜୁରାଟରୁ ଗିରଫ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ମୋଡ୍ୟୁଲର 10ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ 9 ଏମଏମର 3ଟି ପିସ୍ତଲ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପୋଲିସ 8 ଦିନିଆ ଟ୍ରାଜିଟ ରିମାଣ୍ଡରେ ନେଇଥିଲା। ଏହା ପରେ ଗିରଫ ଆତଙ୍କବାଦୀଙ୍କୁ ଅଦାଲତରେ ହାଜର କରାଯାଇଛି।


ଦିଲ୍ଲୀ ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁସାରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ରହିଥିବା ଆତଙ୍କୀବାଦୀ ସଙ୍ଗଠନ ଆଇଏସର ମାନବ ବୋମା ଭାବରେ କାର୍ଯ୍ୟ କରିଥାନ୍ତ । ଏହି ଆତଙ୍କବାଦୀ, ପାକିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କରେ ଥିଲେ। ସେମାନଙ୍କ ଟାର୍ଗେଟରେ ଭାରତର ବିଭିନ୍ନ ହିନ୍ଦୁ ସଙ୍ଗଠନ ସହ ଜଡିତ କଠୋରପନ୍ଥୀ ନେତା ରହିଥିଲେ ବୋଲି ତଦନ୍ତରୁ ଜଣାପଡିଛି।

For All Latest Updates

ABOUT THE AUTHOR

...view details