ଓଡିଶା

odisha

ETV Bharat / bharat

ଭାରତରେ ଖୋଲିବାକୁ ଚାହୁଁଥିଲେ ISIS ଶାଖା, ଜେଲ ପଠାଇଲା ପଟିଆଲା କୋର୍ଟ

ଦିଲ୍ଲୀର ପଟିଆଲା ହାଉସ କୋର୍ଟ 15 ଜଣ ଆଇଏସଆଇଏସ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଏମାନେ ଭାରତରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଏକ ଶାଖା ଖୋଲିବା ସହ ଯୁବକଙ୍କୁ ସାମିଲ କରିବାକୁ ଚାହୁଁଥିଲେ ।

ପଟିଆଲା କୋର୍ଟ
ପଟିଆଲା କୋର୍ଟ

By

Published : Oct 17, 2020, 3:49 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ 15 ଜଣ ଆଇଏସଆଇଏସ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଏମାନେ ଭାରତରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଏକ ଶାଖା ଖୋଲିବା ସହ ଯୁବକମାନଙ୍କୁ ସାମିଲ କରିବାକୁ ଚାହୁଁଥିଲେ । ସମସ୍ତ ଦୋଷୀଙ୍କୁ ଯଥାକ୍ରମେ 10 ବର୍ଷ, 7 ବର୍ଷ ଏବଂ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, 2015 ମସିହାରେ ବିଭିନ୍ନ ଅପରାଧ ବିଭାଗ ଅଧୀନରେ ମାମଲା ରୁଜୁ ହୋଇଥିଲା । ଏଥିରେ କିଛି ଲୋକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ନିର୍ଦ୍ଦେଶରେ ଭାରତରେ ଏକ ସହଯୋଗୀ ସଂଗଠନ ପ୍ରସ୍ତୁତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା ।ଯାହାର ନାମ ଜୁନେଦ୍-ଉଲ୍ ଖଲିଫା ଥିବାବେଳେ ଏହାର କାର୍ଯ୍ୟକର୍ତ୍ତାମାନେ ଭାରତର ନିରୀହ ଯୁବକଙ୍କୁ ବିଭ୍ରାନ୍ତ କରୁଥିଲେ ।

ଏନ୍ଆଇଏ ଏହି ମାମଲାରେ ସମୁଦାୟ 19 ଜଣଙ୍କୁ ଗିରଫ କରିଥିଲା। 2016-17 ମସିହାରେ ଏହି ମାମଲାରେ 16 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଉପସ୍ଥାପନ କରିଥିଲା ଏନଆଇଏ । ଏକ ସ୍ବତନ୍ତ୍ର ଏନଆଇଏ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଏବଂ ତଥ୍ୟ ଆଧାରରେ ମୋଟ 15 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ABOUT THE AUTHOR

...view details