ଓଡିଶା

odisha

ETV Bharat / bharat

ଗମ୍ଭୀର ଦିଲ୍ଲୀର ବାୟୁ ପ୍ରଦୂଷଣ, ସଙ୍କଟରେ ଜନଜୀବନ

ଦିଲ୍ଲୀରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଆଜି ବି ସ୍ଥିତି ରହିଛି ଗମ୍ଭୀର । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

Delhi, Neighbouring Areas Air Quality On Brink Of ''Emergency''
ଆଜି ବି ଗମ୍ଭୀର ଦିଲ୍ଲୀର ବାୟୁ ପ୍ରଦୂଷଣ, ସଙ୍କଟରେ ଜନଜୀବନ

By

Published : Nov 10, 2020, 1:07 PM IST

ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଫଳରେ ଦିଲ୍ଲୀବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଅଧିକାଂଶ ପରିବେଶ ଧୂଳି ଧୂଆଁରେ ଛାଇ ରହୁଛି । ଫଳରେ ଦୃଶ୍ୟମାନ ହେଉନି ରାସ୍ତାଘାଟ । ଖରା ନପଡିବା ପର୍ଯ୍ୟନ୍ତ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଖାଲି ସେତିକି ନୁହେଁ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଛି ।

ତେବେ ମଙ୍ଗଳବାର ସକାଳୁ ମଧ୍ୟ ଗମ୍ଭୀର ଶ୍ରେଣୀରେ ରହିଛି ଦିଲ୍ଲୀର ପ୍ରଦୂଷଣ । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ସିପିସିବି)ର ସଦ୍ୟତମ ରିପୋର୍ଟ ମୁତାବକ, ବାୟୁ ପ୍ରଦୂଷଣରେ ଦିଲ୍ଲୀ ଏନସିଆର ଜାରି ରହିଛି। ଆଇଟିଓରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)469 ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । ସେହିପରି, ନେରେଲାରେ 489 ଓ ସେକ୍ଟର 15ରେ 497, ଗୁରୁଗ୍ରାମ ଓ ନୋଏଡାରେ 480 ରହିଛି ଏୟାର କ୍ବାଲିଟି ଇନଡେକ୍ସ(ଏକ୍ୟୁଆଇ) ମାନ ।

@ANI

ABOUT THE AUTHOR

...view details