ନୂଆଦିଲ୍ଲୀ: ଜଣେ 14 ବର୍ଷିୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ 20 ବର୍ଷିୟ ବ୍ୟକ୍ତି ଗିରଫ । ଦିଲ୍ଲୀ ନରେଲା ସହରର ନାବାଳିକା ଜଣକ ଜୁନ୍ 14 ରେ ନିଖୋଜ ଥିବା ଜଣାଯାଇଛି। ପରେ ପୀଡିତାଙ୍କୁ ପଞ୍ଜାବର ପଟିଆଲାଠାରୁ ଉଦ୍ଧାର କରାଯାଇଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ବ୍ରିଜେଶଙ୍କୁ ଗିରଫ କରାଯାଇଛି ଏବଂ ଭାରତୀୟ ଦଣ୍ଡ ବିଧାନ (ଆଇପିସି) ଏବଂ ପୋକସୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗ ହୋଇଛି।
ଅନୁସନ୍ଧାନ ବେଳେ ଏହା ଜଣାପଡିଛି ଯେ, ବ୍ରିଜେଶ ମଧ୍ୟ ତାଙ୍କ ଭାଇ ସହ ସେହି ଅଞ୍ଚଳରେ ରହୁଥିଲେ । ତେବେ ଝିଅଟି ନିଖୋଜ ହେବା ପରଠାରୁ ବ୍ରିଜେଶ ମଧ୍ୟ ନିଖୋଜ ଥିଲା । ତେବେ ସ୍ଥାନୀୟ ଗୁପ୍ତଚର ତାଙ୍କ ଉପରେ ସନ୍ଦେହ କରୁଥିଲେ । ତେବେ ସନ୍ଦିଗ୍ଧଙ୍କ ମୋବାଇଲ କଲ ରେକର୍ଡ ପଞ୍ଜାବର ପଟିଆଲାରେ ଦର୍ଶାଇଥିଲା। ଅନୁସନ୍ଧାନରୁ ଜଣାପଡିଲା ଯେ ସନ୍ଦିଗ୍ଧଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଜଣେ ପଞ୍ଜାବର ପଟିଆଲାରେ ରହୁଛନ୍ତି। ଏହା ପରେ ବୈଷୟିକ ତଦାରଖ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆଧାରରେ ନିଖୋଜ ଝିଅଟି ପଞ୍ଜାବ ପଟିଆଲାସ୍ଥିତ ସନ୍ଦିଗ୍ଧଙ୍କ ସମ୍ପର୍କୀୟଙ୍କ ଘରେ ମିଳିଥିଲା ।