ଓଡିଶା

odisha

ନିର୍ଭୟା ମାମଲା: ପବନର ଆବେଦନ ଖାରଜ କଲେ ହାଇକୋର୍ଟ

By

Published : Dec 19, 2019, 4:22 PM IST

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ କୁମାରର ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ । ଏହାସହ କୋର୍ଟ ପବନର ଓକିଲ ଏପି ସିଂହଙ୍କ ଉପରେ 25 ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ଅଧିକ ପଢନ୍ତୁ...

Delhi High Court
ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାର ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ । ବୁଧବାର ହାଇକୋର୍ଟରେ ଆବେଦନ କରିଥିଲା ପବନ । ଘଟଣା ଘଟିବା ବେଳେ ନିଜେ ନାବାଳକ ଥିବା ସେ ଦର୍ଶାଇଥିଲା ।

ଗୁରୁବାର ନିର୍ଭୟା ଘଟଣାରେ ଦୋଷୀ ପବନ କୁମାରର ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀ ପବନ ବୁଧବାର କୋର୍ଟରେ ଯାଚିକା ଦାଖଲ କରି 2012ର ଏହି ଘଟଣା ସମୟରେ ନାବାଳକ ଥିବା କହିଥିଲା । କୋର୍ଟ ପବନର ଆବେଦନକୁ ଖାରଜ କରି ଦେଇଛନ୍ତି । ଏହାସହ କୋର୍ଟ ପବନର ଓକିଲ ଏପି ସିଂହଙ୍କ ଉପରେ 25 ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । କୋର୍ଟର ସମୟ ନଷ୍ଟ କରିଥିବାରୁ ଏହି ଜୋରିମାନା ଲଗାଯାଇଛି ।

ଦିଲ୍ଲୀ ହାଇକୋର୍ଟ ପବନର ଯାଚିକା ଉପରେ ଶୁଣାଣି ପାଇଁ 24 ଜାନୁଆରୀର ତାରିଖ ଦେଇଥିଲେ । ହେଲେ ନିର୍ଭୟାର ମାତା ପିତା ଆପତ୍ତି ଜାହିର କରିବା ପରେ ଗୁରୁବାର ଏହି ଯାଚିକା ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଅନ୍ୟପକ୍ଷେ ବୁଧବାର ଅନ୍ୟ ଜଣେ ଦୋଷୀ ଅକ୍ଷୟ କୁମାରର ପୂନର୍ବିଚାର ଯାଚିକା ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି ।

ABOUT THE AUTHOR

...view details