ନୂଆଦିଲ୍ଲୀ:ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ । ଦୀର୍ଘ ଏକ ମାସ ପରେ ସେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କୋରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇଛି ।
ଏଥିସହ ସେ କହିଛନ୍ତି, କୋରୋନା ସ୍ଥାନୀୟ ସଂକ୍ରମଣ ହୋଇଛି କି ଗୋଷ୍ଠା ସଂକ୍ରମଣ ବର୍ତ୍ତମାନ ଏହା କହିବା ବହୁତ ଟେକ୍ନିକାଲ ହେବ । ପରୀକ୍ଷା ପରେ ବହୁ କୋରୋନା ରୋଗୀଙ୍କ ରିପୋର୍ଟ ଭିନ୍ନ ରହିଛି । କୋରୋନା ଗୋଷ୍ଠୀ ସଂକ୍ରମଣର ନିଷ୍ପତ୍ତି କେନ୍ଦ୍ର ଉପରେ ଛାଡିଦେବା ଦରକାର ।