ଓଡିଶା

odisha

ETV Bharat / bharat

ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ, ମସଜିଦରେ ରହିବେନି ଘରକୁ ପଠାଯାଇଥିବା ଜମାତୀ - ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

ମାର୍କାଜ ଓ ଅନ୍ୟାନ୍ୟ ମସଜିଦଗୁଡିକର ତବଲିଗି ଜମାତର 2446 ଭାରତୀୟ ବର୍ତ୍ତମାନ ଦିଲ୍ଲୀର କ୍ବାରେନଟାଇନ୍ ସେଣ୍ଟରରେ ରହୁଛନ୍ତି। ଏ ସମସ୍ତଙ୍କର କୋରୋନା ରିପୋର୍ଟ ନେଗେଟିଭ୍ ଆସିଛି ।

delhi govt.
ଦିଲ୍ଲୀ ସରକାର

By

Published : May 10, 2020, 1:23 PM IST

ନୂଆଦିଲ୍ଲୀ: ମର୍କାଜ ଓ ଅନ୍ୟାନ୍ୟ ମସଜିଦଗୁଡିକର ତବଲିଗୀ ଜମାତର 2446 ଭାରତୀୟ ବର୍ତ୍ତମାନ ଦିଲ୍ଲୀର କ୍ବାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ଏ ସମସ୍ତଙ୍କର କୋରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏ ସମ୍ପର୍କରେ ଦିଲ୍ଲୀ ସରକାର ରାଜସ୍ବ ବିଭାଗର ଡେପୁଟି କମିଶନର (ଡିସି) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରୋଟୋକଲ ଅନୁଯାୟୀ ମୁକ୍ତ ସେମାନଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇ ପାରିବ ।

ଏମାନଙ୍କ ମଧ୍ୟରେ ଯେଉଁମାନେ ଦିଲ୍ଲୀର ବାସିନ୍ଦା ଅଟନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ର ଛାଡିବା ପରେ ଘରକୁ ଯିବା ପାଇଁ ଟ୍ରାଭେଲ୍ ପାସ୍ ପ୍ରଦାନ କରାଯିବ। ଏହାସହ କୌଣସି ପରିସ୍ଥିତିରେ ସେମାନେ ମସଜିଦ କିମ୍ବା ଅନ୍ୟ କୌଣସି ସ୍ଥାନରେ ରହିବେ ନାହିଁ। ସଂପୃକ୍ତ ନୋଡାଲ ଅଧିକାରୀଙ୍କ ଏହି ଦାୟିତ୍ବ ନେବେ ଓ ନିଶ୍ଚିତ କରିବେ ଯେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଇଛି ।

ଏଥିରେ ଯେଉଁମାନେ ଅନ୍ୟ ରାଜ୍ୟର, ସେମାନଙ୍କ ପାଇଁ ଯାତ୍ରା ପାସ୍ ଓ ସେମାନଙ୍କ ଯିବାର ବନ୍ଦୋବସ୍ତ ଡିସି କରିବେ । ସମସ୍ତଙ୍କୁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅଧୀନରେ ପଠାଯିବ କିନ୍ତୁ କୌଣସି ପରିସ୍ଥିତିରେ, ସେମାନଙ୍କୁ ମସଜିଦ କିମ୍ବା ଅନ୍ୟ କୌଣସି ସ୍ଥାନରେ ରହିବାକୁ ଦିଆଯିବ ନାହିଁ ।

ଏହି ଲୋକମାନଙ୍କ ମଧ୍ୟରେ 567 ବିଦେଶୀ ନାଗରିକ ଅଛନ୍ତି, ଯେଉଁମାନେ ତବଲିଗି ଜମାତ ସହିତ ଜଡିତ । ସେମାନଙ୍କ ରିପୋର୍ଟ ମଧ୍ୟ କୋରୋନା ନେଗେଟିଭ ଆସିଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏମାନଙ୍କୁ ଦିଲ୍ଲୀ ପୋଲିସର ହେପାଜତକୁ ପଠାଯିବ।

ABOUT THE AUTHOR

...view details