ଓଡିଶା

odisha

ଲକଡାଉନ ଇଫେକ୍ଟ: ଭଡା ଆଦାୟ ନକରିବା ନିର୍ଦ୍ଦେଶକୁ କଡାକଡି କଲେ ଦିଲ୍ଲୀ ସରକାର

By

Published : Apr 23, 2020, 5:29 PM IST

କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବାବେଳେ ଶ୍ରମିକ ଏବଂ ଛାତ୍ରମାନଙ୍କଠାରୁ ଏକ ମାସର ଭଡା ଆଦାୟ ନ କରିବାକୁ ପୂର୍ବରୁ ଦିଲ୍ଲୀ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବାକୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Delhi govt issues strict orders to landlords not to demand rent from labourers students
ଲକଡାଉନ ଇଫେକ୍ଟ: ଭଡା ଆଦାୟ ନକରିବା ନିର୍ଦ୍ଦେଶକୁ କଡାକଡି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଶ୍ରମିକ ଏବଂ ଛାତ୍ରମାନଙ୍କଠାରୁ ଏକ ମାସର ଭଡା ଆଦାୟ ନ କରିବାକୁ ପୂର୍ବରୁ ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଗୁରୁବାର ଏହି ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବାକୁ ପୁଣି ଥରେ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏପ୍ରିଲ୍ 22 ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶେଷ ଭାବରେ ଶ୍ରମିକ, ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କ ଅଧିକ ଘନତ୍ବ ଥିବା ଅଞ୍ଚଳରେ ଏହି ବିଷୟରେ ସଚେତନତା ଅଭିଯାନ କରିବେ । ପ୍ରଭାବିତ ଲୋକମାନଙ୍କୁ 100 ନମ୍ବରରେ କଲ କରି ପୋଲିସ ନିୟନ୍ତ୍ରଣ କକ୍ଷରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେବେ ।

ସୂଚନାଯୋଗ୍ୟ, ଦେଶରେ ଲକଡାଉନ ଯୋଗୁଁ ଖାଦ୍ୟ ସହ ବାସଗୃହର ମଧ୍ୟ ସମସ୍ୟା ଦେଖାଇଛି । ଏପରିକି ଲକଡାଉନ ପାଇଁ ଲୋକମାନେ ନିଜର ରୋଜଗାର ବାଟ ହରାଇଛନ୍ତି । ଏମିତି ସ୍ଥିତିରେ ସେମାନେ ପଇସା କେଉଁଠୁ ଆଣି ଘର ମାଲିକଙ୍କୁ ଭଡା ଟଙ୍କା ଦେବାର କ୍ଷମତା ରଖିବେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ଏଯାବତ୍‌ 2,248 କୋଭିଡ-19 ସକରାତ୍ମକ ମାମଲା ରହିଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବେ ଆଉ 2ଟି କ୍ଷେତ୍ର ଯୋଡି ହୋଇଥିବାରୁ ବୁଧବାର ସୁଦ୍ଧା ମୋଟ କଣ୍ଟେନମେଣ୍ଟ ଜୋନ ସଂଖ୍ୟା 89କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 1,409 ନୂତନ କୋରୋନା ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ 41 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଗୁରୁବାର ଭାରତର ମୋଟ କୋଭିଡ 19ର ସକରାତ୍ମକ ମାମଲା 21,393 ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ।

ସୌଜନ୍ୟ@ANI

ABOUT THE AUTHOR

...view details