ଓଡିଶା

odisha

ETV Bharat / bharat

ପ୍ରବାସୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ସ୍ବତନ୍ତ୍ର ଟ୍ରେନ, ଆଜିଠୁ ଅନଲାଇନ୍ ରେଜିଷ୍ଟ୍ରେସନ - ପ୍ରବାସୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ସ୍ବତନ୍ତ୍ର ଟ୍ରେନ

ଲକଡାଉନରେ ଦିଲ୍ଲୀରୁ ପ୍ରବାସୀ ଶ୍ରମିକ ତଥା ଅନ୍ୟମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଦିଲ୍ଲୀ ସରକାର ଆଜିଠାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କରିଛନ୍ତି।

delhi govt.
ପ୍ରବାସୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ସ୍ବତନ୍ତ୍ର ଟ୍ରେନ

By

Published : May 18, 2020, 9:00 AM IST

ନୂଆଦିଲ୍ଲୀ: ଲକଡାଉନରେ ଦିଲ୍ଲୀରୁ ପ୍ରବାସୀ ଶ୍ରମିକ ତଥା ଅନ୍ୟମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଦିଲ୍ଲୀ ସରକାର ଆଜିଠାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କରିଛନ୍ତି। ଯେଉଁମାନେ ପଞ୍ଜୀକୃତ କରିବେ ସେମାନଙ୍କ ପାଇଁ ଦିଲ୍ଲୀ ସରକାର ଏହି ଟ୍ରେନର ବ୍ୟବସ୍ଥା କରିବେ।

https://epass.jantasamvad.org/train/passenger/ ଲିଙ୍କରେ ଯାଇ ରେଜିଷ୍ଟ୍ରେସନ କରିପାରିବେ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଟ୍ରେନରେ ଯିବାକୁ ହେଲେ ପ୍ରଥମେ ପଞ୍ଜିକରଣ କରିବା ଆବଶ୍ୟକ। ପଞ୍ଜିକରଣ ବିନା କାହାକୁ ଟ୍ରେନରେ ଯିବାକୁ ଅନୁମତି ଦିଆଯିବ ନାହିଁ।

ଉପମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଦିଲ୍ଲୀ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଦିଲ୍ଲୀରେ ଫସି ରହିଥିବା 35 ହଜାର ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଛନ୍ତି। ଏହା ବ୍ୟତୀତ ରବିବାର ଦିନ 8 ଟି ଭିନ୍ନ ଟ୍ରେନ ମାଧ୍ୟମରେ 12 ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, ‘ଦିଲ୍ଲୀରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହା ଆମର ଦାୟିତ୍ବ। ଯଦି ସେମାନେ ଦିଲ୍ଲୀରେ ରହିବାକୁ ଚାହାଁନ୍ତି ତେବେ ସେମାନେ ସେମାନଙ୍କର ଯତ୍ନ ନେବେ ଏବଂ ଯଦି ସେମାନେ ନିଜ ଗାଁକୁ ଫେରିବାକୁ ଚାହାଁନ୍ତି ତେବେ ସେମାନଙ୍କ ପାଇଁ ଟ୍ରେନ ବ୍ୟବସ୍ଥା କରାଯାଉଛି ’।

For All Latest Updates

ABOUT THE AUTHOR

...view details