ଓଡିଶା

odisha

ETV Bharat / bharat

ଅଡ-ଇଭେନ ଫର୍ମୁଲାରେ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ପରାମର୍ଶ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମେ 17 ପରେ ସପିଙ୍ଗ୍ ମଲ ଏବଂ ଦୋକାନକୁ ଅଡ-ଇଭେନ ଫର୍ମୁଲା ଆଧାରରେ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

odd-even formula
ଅଡ-ଇଭେନ ଫର୍ମୁଲାରେ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ କେଜ୍ରିୱାଲ

By

Published : May 15, 2020, 11:25 AM IST

ନୂଆଦିଲ୍ଲୀ: ଲକଡାଉନ ପରେ ଦେଶରେ ଅଡ-ଇଭେନ ଫର୍ମୁଲାରେ କୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ କେଜ୍ରିୱାଲ । କୋରୋନାକୁ ନେଇ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମେ 17 ପରେ ସପିଙ୍ଗ୍ ମଲ ଏବଂ ଦୋକାନକୁ ଅଡ-ଇଭେନ ଫର୍ମୁଲା ଆଧାରରେ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଲକଡାଉନର ତୃତୀୟ ପର୍ଯ୍ୟାୟ ମେ 17ରେ ଶେଷ ହେବାକୁ ଯାଉଛି । ଏନେଇ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଲକଡାଉନର ଚତୁର୍ଥ ପର୍ଯ୍ୟାୟ ସମ୍ପର୍କରେ ସଙ୍କେତ ଦେଇଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗତ ସୋମବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲକଡାଉନ 4.0କୁ ନେଇ ଦିଲ୍ଲୀବାସୀଙ୍କ ପରାମର୍ଶ ଲୋଡିଥିଲେ । ଏଥିସହ ଜନତାଙ୍କୁ ମେ 13 ତାରିଖ ସନ୍ଧ୍ୟା ସୁଦ୍ଧା ମତାମତ ଦେବାକୁ କୁହାଯାଇଥିଲା । ଯେଉଁଥିରେ ଅଧିକାଂଶ ଜନତା ସ୍କୁଲ, କଲେଜ, ସ୍ପା, ସୁଇମିଂ ପୁଲ ଏବଂ ମଲ୍ 17 ମଇ ପରେ ଖୋଲାଯିବା ଉଚିତ ନୁହେଁ ଏବଂ ମେଟ୍ରୋରେ ସୀମିତ ସେବା ଆରମ୍ଭ କରିବାକୁ ମତାମତ ଦେଇଥିଲେ ।

କେଜ୍ରିୱାଲ କହିଛନ୍ତି ଯେ, ମେ 17 ପରେ ଲକଡାଉନ କୋହଳକୁ ନେଇ ପ୍ରାୟ 5 ଲକ୍ଷରୁ ଅଧିକ ଲୋକ ସେମାନଙ୍କ ମତାମତ ଦେଇଛନ୍ତି । ଯେଉଁମାନେ ଅଧିକାଂଶ ପରାମର୍ଶ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତାର ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମତ ରଖିଛନ୍ତି । ଏଥିସହ ସେ କହିଛନ୍ତି, ଆମକୁ ମାର୍କେଟ ଆସୋସିଏସନରୁ ମଧ୍ୟ ପରାମର୍ଶ ମିଳିଛି ଯେଉଁଥିରେ ଅଧିକାଂଶ ଲୋକ ଅଡ-ଇଭେନ ଫର୍ମୁଲା ଆଧାରରେ ଦୋକାନ ବଜାର ଖୋଲିବାକୁ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details