ନୂଆଦିଲ୍ଲୀ: ଶିକ୍ଷା ପାଇଁ ଅନଲାଇନ୍ ପୋର୍ଟାଲ୍ 'ଲିଡ୍' ଲଞ୍ଚ କଲେ ଦିଲ୍ଲୀ ସରକାର । ମହାମାରୀ କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଥିବାବେଳେ ସ୍କୁଲ ପିଲାମାନଙ୍କର ଶିକ୍ଷାର କୌଣସି କ୍ଷତି ନହେବାକୁ ଧ୍ୟାନରେ ରଖି ଦିଲ୍ଲୀ ସରକାର ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହି ଅନଲାଇନ୍ ପୋର୍ଟାଲର ନାମ ହେଉଛି 'LEAD'। ଏହି ପୋର୍ଟାଲରେ 10,000 ରୁ ଅଧିକ ପାଠ୍ୟକ୍ରମ ଏବଂ ଶିକ୍ଷଣୀୟ ସାମଗ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ହେବ ।
ଶିକ୍ଷା ପାଇଁ ଅନଲାଇନ ପୋର୍ଟାଲ୍ 'ଲିଡ୍' ଲଞ୍ଚ କଲେ ଦିଲ୍ଲୀ ସରକାର - Delhi government
ଶିକ୍ଷା ପାଇଁ ଅନଲାଇନ୍ ପୋର୍ଟାଲ୍ 'ଲିଡ୍' ଲଞ୍ଚ କଲେ ଦିଲ୍ଲୀ ସରକାର । ମହାମାରୀ କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଥିବାବେଳେ ସ୍କୁଲ ପିଲାମାନଙ୍କର ଶିକ୍ଷାର କୌଣସି କ୍ଷତି ନହେବାକୁ ଧ୍ୟାନରେ ରଖି ଦିଲ୍ଲୀ ସରକାର ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...
LEAD ମାଧ୍ୟମରେ, CBSE ଏବଂ NCERT ସହିତ ଦିଲ୍ଲୀ ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଆବଶ୍ୟକ ଶିକ୍ଷାସାମଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ । ଏଥିରେ ଡିଜିଟାଲ୍ QR କୋଡେଡ୍ ପାଠ୍ୟ ପୁସ୍ତକ, ବ୍ୟାଖ୍ୟାକାରୀ ଭିଡିଓ, ଅଭ୍ୟାସ ପ୍ରଶ୍ନ, ମୂଲ୍ୟାଙ୍କନ ଇତ୍ୟାଦି ଅନ୍ତର୍ଭୂକ୍ତ ହେବ । ଏହି ପୋର୍ଟାଲ ଉନ୍ମୋଚନ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, "ଦିଲ୍ଲୀ ସରକାରଙ୍କ ପାଇଁ ଶିକ୍ଷା ସବୁଠାରୁ ବଡ ପ୍ରାଥମିକତା ଅଟେ। ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ସମସ୍ତ ପିଲାଙ୍କ ଉନ୍ନତ ଶିକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛୁ। ମିଶନ ଫାଉଣ୍ଡେସନ, ହାପିନେସ କ୍ଲାସେସ, ଏଣ୍ଟରପ୍ରିନ୍ୟୋରସିପ, ମାଇଣ୍ଡସେଟ୍ ଭଳି ପଦକ୍ଷେପ ପିଲାମାନଙ୍କୁ ଜୀବନ ଏବଂ ଜୀବନଯାପନ ସହିତ ଶିକ୍ଷାକୁ ଯୋଡିବାକୁ ଚେଷ୍ଟା କରିଛି ।
ଦିଲ୍ଲୀ SCERT (ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ଏକ 25 ସଦସ୍ୟ ବିଶିଷ୍ଟ କୋର୍ ଟିମ୍ ଗଠନ କରିଛି ଯାହା ନିୟମିତ ଭାବରେ ଇ-ଲର୍ନିଂ ବିଷୟବସ୍ତୁକୁ ନବୀକରଣ କରିବ । ଲିଡ୍ ପୋର୍ଟାଲର କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇ ମନୀଷ ସିସୋଦିଆ କହିଛନ୍ତି, "ଆଜି ଆମେ ଆମର ସମସ୍ତ ଶିକ୍ଷାଦାନ ଏବଂ ତାଲିମ ସାମଗ୍ରୀ ସହିତ ଲିଡ୍ ପୋର୍ଟାଲ୍ ମାଧ୍ୟମରେ ଇନିସିଏସନ୍ ପୋର୍ଟାଲରେ ସଂଯୋଗ କରୁଛୁ। ମୋର ବିଶ୍ୱାସ ଅଛି ଯେ ଆଗାମୀ ଦିନରେ ଲିଡ୍ ପୋର୍ଟାଲ୍ ଆମର ଶିକ୍ଷା ବ୍ୟବସ୍ଥାର ମୂଳ ଅଂଶ ହେବ।