ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ସର୍ବାଧିକ କୋଭିଡ-19 ପରୀକ୍ଷା କରାଯାଇଥିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସରକାର ଦିଲ୍ଲୀରେ 4 ଗୁଣା କୋଭିଡ ପରୀକ୍ଷା ବଢାଇଥିବାର ସୂଚନା ଦେଇଛନ୍ତି ସେ । ବର୍ତ୍ତମାନ ଦ୍ରୁତ ଗତିରେ ପରୀକ୍ଷା ଓ ଆଇସୋଲେସନ୍ କରାଯାଉଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ।
‘ଦିଲ୍ଲୀରେ ଦ୍ରୁତ ଗତିରେ ଚାଲିଛି କୋଭିଡ-19 ପରୀକ୍ଷା’
ଶୁକ୍ରବାର ଦିଲ୍ଲୀରେ ସର୍ବାଧିକ କୋଭିଡ-19 ପରୀକ୍ଷା କରାଯାଇଥିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
କେଜ୍ରିୱାଲ
ଗୋଟେ ଦିନରେ ଦିଲ୍ଲୀର 21 ହଜାର 144 ପରୀକ୍ଷା କରାଯାଇଛି । ଯାହା 4ଗୁଣା ଅଧିକ ପରୀକ୍ଷଣ ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ କୋରୋନା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଓ କୌଣସି ଚିନ୍ତାର ବିଷୟ ନାହିଁ ବୋଲି ସେ କହିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ମୋଟ 77, 240 କୋଭିଡ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 2 ହଜାର 492 ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।