ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ବିଜେପିକୁ ସମର୍ଥନ ଦେବ ଅକାଳି ଦଳ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେବା ନେଇ ଅକାଳି ଦଳର ଘୋଷଣା । 20 ବର୍ଷରୁ ବିଜେପି-ଅକାଳି ଦଳର ମେଣ୍ଟ ରହିଆସିଛି । ଅଧିକ ପଢନ୍ତୁ...

By

Published : Jan 29, 2020, 9:50 PM IST

ଦିଲ୍ଲୀ ନିର୍ବାଚନ: ବିଜେପିକୁ ସମର୍ଥନ ଘୋଷଣା କଲା ଅକାଳି ଦଳ
ଦିଲ୍ଲୀ ନିର୍ବାଚନ: ବିଜେପିକୁ ସମର୍ଥନ ଘୋଷଣା କଲା ଅକାଳି ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେବା ନେଇ ଘୋଷଣା କରିଛି ଶିରୋମଣି ଅକାଳି ଦଳ । ଅକାଳି ଦଳ ମୁଖ୍ୟ ସୁଖବୀର ବାଦଲ ବୁଧବାର ସମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଦିଲ୍ଲୀ ନିର୍ବାଚନ ନ ଲଢିବା ନେଇ କହିଥିଲା ଅକାଳି ଦଳ ।

ଦିଲ୍ଲୀ ନିର୍ବାଚନ: ବିଜେପିକୁ ସମର୍ଥନ ଘୋଷଣା କଲା ଅକାଳି ଦଳ

ଅକାଳି ଦଳ ମୁଖ୍ୟ ସୁଖବୀର ବାଦଲ କହିଛନ୍ତି ଯେ ଏହା କୌଣସି ରାଜନୈତିକ ମେଣ୍ଟ ନୁହେଁ । ଏହା ପଞ୍ଜାବରେ ଶିଖଙ୍କ ହିତ ପାଇଁ ଏକ ଭାବନାତ୍ମକ ମେଣ୍ଟ । ବିଜେପିର ନେତୃତ୍ବ ଯେପରୀ କରିବ, ସେହିପରି ପଞ୍ଜାବ ଓ ଦିଲ୍ଲୀରେ ଅକାଳି ଦଳ କାର୍ଯ୍ୟ କରିବ ବୋଲି କହିଛନ୍ତି ସୁଖବୀର । ଅନ୍ୟପକ୍ଷେ ଅକାଳି ଦଳର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅକାଳି ଦଳ ସହ ସମ୍ପର୍କ ପୂରାତନ ବୋଲି ନଡ୍ଡା କହିଛନ୍ତି ।

ସେହିପରି ସାମ୍ବାଦିକ ସମ୍ମିଳନୀରେ ଅକାଳି ଦଳ ସାଂସଦ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ବିଜେପି ସହ ମେଣ୍ଟ ପୂର୍ବପରି ରହିବ । ହେଲେ ଆମେ ଦିଲ୍ଲୀ ନିର୍ବାଚନ ଲଢିବୁ ନାହିଁ । 20 ବର୍ଷରୁ ବିଜେପି-ଅକାଳି ଦଳର ମେଣ୍ଟ ରହିଆସିଛି ।

ABOUT THE AUTHOR

...view details