ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ସ୍କୁଲ, କଲେଜ ବନ୍ଦ ରହିଛି । ଦୀର୍ଘ 4 ମାସ ହେବ ପିଲାମାନେ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି । ଏହା ଅତ୍ୟନ୍ତ କଷ୍ଟକର ସମୟ । ପିଲାଙ୍କୁ କୌଣସି କ୍ଷତି ପହଞ୍ଚି ନାହିଁ ବୋଲି ଭାବିବା ନାହିଁ । ମାତ୍ର ସେମାନଙ୍କୁ ଯେପରି କମ୍ କ୍ଷତି ପହଞ୍ଚିବ ସେନେଇ ପ୍ରୟାସ ଜାରି ରଖିବାକୁ କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।
ସିସୋଦିଆ କହିଛନ୍ତି, କୋରୋନା ଭ୍ୟାକସିନ ଦିନେ ଦିନେ ନିଶ୍ଚୟ ବାହାରିବ । ହେଲେ ଶିକ୍ଷାର କ୍ଷତି କୌଣସି ଭ୍ୟାକ୍ସିନ ପୂରଣ କରି ପାରିବ ନାହିଁ । ତେଣୁ ଅନ୍ୟ ଖର୍ଚ୍ଚକୁ କମ କରି ପିଲାଙ୍କ ଉଚ୍ଚ ଭବିଭ୍ୟତ ପାଇଁ ତାଙ୍କର ପାଠପଢା ଜାରି ରଖିବାକୁ ସେ କହିଛନ୍ତି ।