ଓଡିଶା

odisha

ETV Bharat / bharat

ଚିଦାମ୍ବରମଙ୍କୁ ନାହିଁ ନିସ୍ତାର, ତିହାର ଜେଲ ନୂଆ ଠିକଣା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ଆତ୍ମ ସମର୍ପଣ ପାଇଁ କରିଥିବା ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ । INX ମିଡିଆ ମାମଲାରେ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ ।

By

Published : Sep 13, 2019, 5:40 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣି କୋର୍ଟରୁ ଝଟକା । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଚିଦାମ୍ବାରମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । INX ମିଡିଆ ମାମଲାରେ ଚିଦାମ୍ବରମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ଆତ୍ମସମର୍ପଣ କରିବାକୁ ଆବେଦନ କରିଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହାକୁ ଖାରଜ କରିଦିଆଯାଇଛି ।

ସିବିଆଇ ମାମଲାରେ ବର୍ତ୍ତମାନ ଚିଦାମ୍ବରମ ତିହାର ଜେଲରେ ବନ୍ଦୀ ଅଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହେପାଜତରେ ରହିବାକୁ ପଡିବ । ପୂର୍ବରୁ ଇଡି ଚିଦାମ୍ବରମଙ୍କୁ ଆଉ ହେପାଜତକୁ ନେବାକୁ ଚାହୁଁ ନଥିବା କହିଥିଲା ।

ABOUT THE AUTHOR

...view details