ଓଡିଶା

odisha

ETV Bharat / bharat

ବାଲକୋନିରେ ମ୍ୟୁଜିକ କନସର୍ଟ, ଯୋଗାଉଛି ମନୋରଞ୍ଜନର ଖୋରାକ

ଲକଡାଉନରେ ଅଭିନବ ଉପାୟରେ ପାଖ ପଡୋଶୀଙ୍କୁ ମନୋରଞ୍ଜନ କରୁଛନ୍ତି ଦିଲ୍ଲୀର ଏହି ଦମ୍ପତି । ଘରେ ଥିବା ବାଲକୋନିରେ କରିଛନ୍ତି ମ୍ୟୁଜିକ କନସର୍ଟ । ଅଧିକ ପଢନ୍ତୁ...

By

Published : May 4, 2020, 7:29 AM IST

delhi couples balcony concert helps neighbours beat lockdown blues
ବାଲକୋନିରେ ମ୍ୟୁଜିକ କନସର୍ଟ

ନୂଆଦିଲ୍ଲୀ: ସଂଗୀତଜ୍ଞ ଦମ୍ପତି "ବାଲକୋନି କନ୍ସର୍ଟ" । ଦିଲ୍ଲୀର ରାଜୌରୀ ଗାର୍ଡେନରେ ରହୁଥିବା ହିତେଶ ଏବଂ ତାଙ୍କ ପତ୍ନୀ ପାୟଲ ମଦାନ ଏବେ ପଡ଼ୋଶୀମାନଙ୍କୁ ଯୋଗାଉଛନ୍ତି ମନୋରଞ୍ଜନର ଖୋରାକ । ପ୍ରଥମେ ମାର୍ଚ୍ଚ 22 ରେ "ଜନତା କର୍ଫ୍ୟୁ" ଦିନ ନିଜ ବାଲକୋନିରୁ ସଙ୍ଗୀତ ପ୍ରଦର୍ଶନ କରିଥିଲେ।

ସମଗ୍ର ବିଶ୍ୱ ପାଇଁ ଏହା ଏକ କଠିନ ସମୟ । ଏଥିରୁ ଲୋକଙ୍କୁ କିଛି ମାତ୍ରାରେ ମୁକ୍ତି ପାଇଁ ଆମେ ପ୍ରଥମ ଥର ବାଲକୋନିରେ ହିଁ ଏହି କନ୍ସର୍ଟ ପ୍ରଦର୍ଶନ କରିଥିଲୁ । ଆମ ପଡ଼ୋଶୀଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇଥିଲୁ। ତେଣୁ ଆମେ ପୁଣି ଏହି କନସର୍ଟ କରିଛୁ ବୋଲି କହିଛନ୍ତି ହିତେଶ ।

ଦୟାକରି ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ମୁଁ ସମସ୍ତଙ୍କୁ ଦେବି । ଘରେ ବିରକ୍ତ ହେବାରୁ ବର୍ତ୍ତିବା ପାଇଁ ଆମେ ଦୁହେଁ ମିଶି ଏହି ମ୍ୟୁଜିକ କନସର୍ଟ ଆଗକୁ ମଧ୍ୟ କରିବୁ ବୋଲି କହିଛନ୍ତି ମଦାନ ପରିବାର । ରବିବାର ଦିନ ତୃତୀୟ ଥର ପାଇଁ ଏହି ବାଲକୋନି କନସର୍ଟ ଆମେ କରିଛୁ । ପଡୋଶୀଙ୍କ ଠାରୁ ଢେର ପ୍ରଂଶସା ମଧ୍ୟ ପାଉଛୁ । ସେମାନଙ୍କୁ ମଧ୍ୟ ଏକ ପ୍ରକାର ମନୋରଞ୍ଜନର ଖୋରାକ ଯୋଗାଉଛି ଆମର କନସର୍ଟ ।

କୋରୋନା ସଂକ୍ରମଣ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଦେଶ ଲକ ଡାଉନ ରହିଛି । ମାର୍ଚ୍ଚ 25 ରୁ 21 ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରଥମ ଲକଡାଉନ୍ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ଏକ ନୂତନ ନିର୍ଦ୍ଦେଶରେ ଏହି ଲକଡାଉନ୍ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ABOUT THE AUTHOR

...view details