ଓଡିଶା

odisha

ETV Bharat / bharat

'ଘୃଣା ଓ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ଭୋଟ ଦିଅ ନାହିଁ' - cm

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀବାସୀଙ୍କୁ ମତଦାନ ଦେବାକୁ ଅପିଲ୍‌ । । ଯେଉଁମାନେ ଆପଣମାନଙ୍କ କାମ କରିଛନ୍ତି ତାଙ୍କୁ ହିଁ ଭୋଟ ଦେବେ । ଲୋକଙ୍କ ମଧ୍ୟରେ ଘୃଣା ଓ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ଓ ଦିଲ୍ଲୀରେ ଉନ୍ନୟନମୂଳକ କାମରେ ବାଧା ଉପୁଜାଉ ଥିବା ବ୍ୟକ୍ତି ଭୋଟ ଦେବେ ନାହିଁ ବୋଲି କହିଛନ୍ତି ।

ଫଟୋ ସୌଜନ୍ଯ: ଇଟିଭି ଭାରତ ବ୍ୟୁରୋ

By

Published : May 12, 2019, 11:36 AM IST


ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟ୍ବିଟ କରି ଷଷ୍ଠ ପର୍ଯ୍ୟାୟ ମତଦାନ ଦେବା ପାଇଁ ଦିଲ୍ଲୀବାସୀଙ୍କୁ ଅପିଲ୍‌ କରିଛନ୍ତି । ରବିବାର ସକାଳ 8ଟା46ମିନିଟ୍‌ରେ ନିଜର ଟ୍ବିଟର ଆକାଉଣ୍ଟରୁ ଟ୍ବିଟ କରିଛନ୍ତି । ଶୁଭ ସକାଳ ଦିଲ୍ଲୀବାସୀ କହିବା ସହ ଘୃଣା ଓ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ଭୋଟ ଦିଅ ନାହିଁ ବୋଲି କହିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ArvindKejriwal

ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦିଲ୍ଲୀବାସୀଙ୍କୁ ଶୁଭ ସକାଳ । ଆପଣମାନେ ଭୋଟ ଦେବାକୁ ନିଶ୍ଚିତ ଯାଆନ୍ତୁ । ଯେଉଁମାନେ ଆପଣମାନଙ୍କ କାମ କରିଛନ୍ତି ତାଙ୍କୁ ହିଁ ଭୋଟ ଦେବେ । ଲୋକଙ୍କ ମଧ୍ୟରେ ଘୃଣା ଓ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ଓ ଦିଲ୍ଲୀରେ ଉନ୍ନୟନମୂଳକ କାମରେ ବାଧା ଉପୁଜାଉ ଥିବା ବ୍ୟକ୍ତି ଭୋଟ ଦେବେ ନାହିଁ । ଆପଣମାନଙ୍କ ଭୋଟ ଦେଶ ପରିବର୍ତ୍ତନରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ:ଗୁରୁଗ୍ରାମରେ ଭୋଟ ଦେଲେ କୋହଲି

ସୂଚନାଥାଉକି, ଦିଲ୍ଲୀରେ 7ଟି ଲୋକସଭା ସିଟ୍‌ରେ ମତଦାନ ଆରମ୍ଭ ହୋଇଯାଇଛି । ଦିଲ୍ଲୀବାସୀ 164 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ । ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର 7ଟି ସିଟ୍‌ ଚାନ୍ଦିନୀଚୌକ, ନର୍ଥ ଇଷ୍ଟ ଦିଲ୍ଲୀ, ଇଷ୍ଟ ଦିଲ୍ଲୀ, ନୂଆ ଦିଲ୍ଲୀ, ନର୍ଥ ଓ୍ବେଷ୍ଟ ଦିଲ୍ଲୀ, ଓ୍ବେଷ୍ଟ ଦିଲ୍ଲୀ ଓ ସାଉଥ୍‌ ଦିଲ୍ଲୀରେ ମତଦାନ ହୋଇଛି ।

ତେବେ 2014ମସିହାରେ ବିଜେପି 7ଟି ସିଟ୍ ନିଜ ନାଁରେ କରିଥିଲା ।

ABOUT THE AUTHOR

...view details