ଅମରାବତୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମରା ଘଟଣାକୁ ନେଇ ମୁହଁ ଖୋଲିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେ କହିଛନ୍ତି ଏଭଳି ଘଟଣା କେବଳ ବିଜେପି ହିଁ କରିପାରେ । ଏଥିରେ ତାଙ୍କର ହତାଶ ଏବଂ ହାରିବା ସଙ୍କେତ ନଜର ଆସୁଛି । ଏଥିସହ ସେ କହିଛନ୍ତି ମୁଁ ଏଭଳି ନୃସଂଶ କାର୍ଯ୍ୟକୁ ତ୍ରୀବ୍ର ନିନ୍ଦା କରିବା ସହ ଲୋକତାନ୍ତ୍ରିକ ରୂପରେ ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରିବା ଉଚିତ୍ ।
କେଜ୍ରିୱାଲଙ୍କୁ ଚାପୁଡା ମରା ଘଟଣାରେ ମୁହଁ ଖୋଲିଲେ ଚନ୍ଦବାବୁ ନାଇଡୁ
ଶନିବାର ଦିଲ୍ଲୀର ମୋତି ନଗର ଇଲାକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ୍ ‘ଶୋ’ କରୁଥିବା ସମୟରେ ଏକ ଅଜଣା ବ୍ୟକ୍ତି ତାଙ୍କୁ ଚାପୁଡା ମାରିଥିଲେ । ତେବେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଏଭଳି ଘଟଣା କେବଳ ବିଜେପି ହିଁ କରିପାରେ ।
ଫାଇଲ ଫଟୋ
ସୂଚନା ମୂତାବକ, ଶନିବାର ଦିଲ୍ଲୀର ମୋତି ନଗର ଇଲାକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ୍ ‘ଶୋ’ କରୁଥିବା ସମୟରେ ଏକ ଅଜଣା ବ୍ୟକ୍ତି ତାଙ୍କୁ ଚାପୁଡା ମାରିଥିଲେ । ତେବେ ପୋଲିସ ତଦନ୍ତ କରି ବ୍ୟକ୍ତିଙ୍କର ନାମ ସୁରେଶ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ରବିବାର ତାଙ୍କୁ ଗିରଫ କରାଯାଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।