ଓଡିଶା

odisha

By

Published : Mar 24, 2020, 7:55 PM IST

ETV Bharat / bharat

କୋରୋନା ମୁକାବିଲା; ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ଦେବେ 5 ହଜାର

କୋରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର କୌଣସି ଅବହେଳା କରୁନାହାଁନ୍ତି । ବିଗତ 40 ଘଣ୍ଟା ମଧ୍ୟରେ କୌଣସି ନୂତନ ରୋଗୀ ଚିହ୍ନଟ ହୋଇନାହାଁନ୍ତି । ତଥାପି ସରକାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ଲକଡାଉନ ପାଇଁ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ଏହି ବଡ ଘୋଷଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Delhi cm
Delhi cm

ନୂଆଦିଲ୍ଲୀ: ସାରା ଦେଶ କୋରୋନାକୁ କାବୁ କରିବା ପାଇଁ ଏବେ ପ୍ରତିଶୃତି ବଦ୍ଧ । ଯେକୌଣସି ମତେ କୋରୋନା ବିରୋଧରେ ବିଜୟ ପାଇଁ ପୁରା ହିନ୍ଦୁସ୍ତାନ ଏକାଠି । ସାରାଦେଶରେ କେଉଁଠି ଲକଡାଉନ ତ କେଉଁଠି କର୍ଫ୍ୟୁ । ଯାହା ଦେଶକୁ ମଣିଷ ସମାଜକୁ ବଞ୍ଚାଇ ପାଇଁ ଏହା ଆବଶ୍ୟକ ମଧ୍ୟ । ଏହିସବୁ ମଧ୍ୟରେ ବର୍ତ୍ତମାନ ଏବେ ଏକ ଚିନ୍ତାଜନକ ସ୍ଥିତି ଦେଶରେ ଉତ୍ପନ୍ନ ହୋଇଛି । ଏହି ସ୍ଥିତି ହେଉଛି ଦେଶରେ ଥିବା ନିର୍ମାଣ ଶ୍ରମିକଙ୍କ ସ୍ଥିତି । ଯେଉଁମାନେ ପ୍ରତିଦିନ ମୂଳଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କଓରୋନା ପାଇଁ ସମସ୍ତ ନିର୍ମାଣ କାମ ବନ୍ଦ ହୋଇଯିବା ପରେ ଏବେ ଏମାନଙ୍କର ସ୍ଥିତି ଦୟନୀୟ ହୋଇଯାଇଛି ।

ଏପରି ସ୍ଥଳେ ଦିଲ୍ଲୀରେ ଥିବା ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ସଂଧ୍ଯାରେ ଏକ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 30 ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବିଗତ 24 ଘଣ୍ଟା ମଧ୍ୟରେ କୌଣସି ନୂତନ ରୋଗୀ ଚିହ୍ନଟ ହୋଇନାହାଁନ୍ତି । ତଥାପି ସରକାର ପ୍ରସ୍ତୁତିରେ କୌଣସି ଅବହେଳା କରିବାକୁ ଚାହୁଁନାହାଁନ୍ତି । କୋରୋନା ତୃତୀୟ ପର୍ଯ୍ୟାୟ କେମିତି ପ୍ରବେଶ କରିପାରିବ ନାହିଁ ସେଥିପାଇଁ ଦିଲ୍ଲୀ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କମିଟି 24 ଘଣ୍ଟା ଭିତରେ ରିପୋର୍ଟ ଦେବାପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ।

ଏହାବାଦ ମୁଖ୍ୟମନ୍ତ୍ରୀ କହିଛନ୍ତି ଦିଲ୍ଲୀର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଏକକାଳିନ 5 ହଜାର ଟଙ୍କା ସରକାର ସହାୟତା ଯୋଗାଇ ଦେବେ । ଏହାଦ୍ବାରା ଏହି ଶ୍ରମିକଙ୍କ ଦୈନନ୍ଦିନ ଖାଦ୍ୟ ଓ ପାନୀୟର ଅସୁବିଧା ହେବ ନାହିଁ । ସେହପରି ଅରବିନ୍ଦ କହିଛନ୍ତି ସରକାରଙ୍କ ପାଖକୁ ଅଭିଯୋଗ ଆସିଛି ଦିଲ୍ଲୀର ଅନେକ ସୋସାଇଟି ଓ କଲୋନୀରୁ ପାଇଲଟ, ଏୟାର ହୋଷ୍ଟେସ, ନର୍ସଙ୍କୁ ଘର ମାଲିକ ବାହାର କରିଦେଉଛନ୍ତି । କୋରୋନା ହୋଇଥିବା ଆଶଙ୍କା କରି ଏପରି କରୁଥିବା ଅଭିଯୋଗ ହେଉଛି । ଯାହା ଠିକ ନୁହେଁ । ଆମକୁ ଆମର ମାନସିକତା ବଦଳାଇବାକୁ ପଡିବ । ସମସ୍ତ ଜରୁରୀ କାଳିନ ସେବା ଯୋଗାଉଥିବା ଲୋକଙ୍କୁ ଆମେ ନମସ୍କାର କରିବା ଉଚିତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details