ଓଡିଶା

odisha

ETV Bharat / bharat

ମା'-ବାପାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ କେଜ୍ରିୱାଲ - ଦିଲ୍ଲୀ ନିର୍ବାଚନ

ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ବାପା-ମାଙ୍କ ଆର୍ଶୀବାଦ ନେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ, ପୁଣି ଥରେ ସେ କ୍ଷମତାକୁ ଆସିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମାଁ-ବାପାଙ୍କ ଆଶିର୍ବାଦ ନେଇ ଭୋଟ ଦେଲେ କେଜ୍ରିୱାଲ
ମାଁ-ବାପାଙ୍କ ଆଶିର୍ବାଦ ନେଇ ଭୋଟ ଦେଲେ କେଜ୍ରିୱାଲ

By

Published : Feb 8, 2020, 11:17 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ଜାରି ରହିଛି। ରାଜ୍ୟର ବରିଷ୍ଠ ନେତାମାନେ ବିଭିନ୍ନ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି କ୍ରମରେ ନିଜ ପରିବାର ସହ ସିଭିଲ ଲାଇନ୍ସର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମାତା-ପିତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ । ଏହାପରେ 6 ଫ୍ଲାଗ ଷ୍ଟାଫ ରୋଡରେ ରହୁଥିବା କେଜ୍ରିୱାଲ ସପରିବାର ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଏବଂ ମତଦାନ ସାବ୍ୟସ୍ତ କରିଥିଲେ । ସେପଟେ କେଜ୍ରିୱାଲଙ୍କ ପୁଅ ମଧ୍ୟ ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି ।

ମାଁ-ବାପାଙ୍କ ଆଶିର୍ବାଦ ନେଇ ଭୋଟ ଦେଲେ କେଜ୍ରିୱାଲ

ମତଦାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଣିଥରେ ଦିଲ୍ଲୀ ଆସନ ଦଖଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ । ସେ କହିଛନ୍ତି, ସମସ୍ତ ଦିଲ୍ଲୀବାସୀ ଖାସ କରି ମହିଳାମାନେ ନିଜ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ । ଦିଲ୍ଲୀବାସୀ ରାଜ୍ୟରେ ହୋଇଥିବା କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୋଟ ଦିଅନ୍ତୁ । ଆଉ ମୁଁ ଆଶା କରୁଛି ଯେ, ଦିଲ୍ଲୀବାସୀ ପୁଣି ଥରେ ଆପ୍‌କୁ ବହୁମତ ଦେଇ କ୍ଷମତାକୁ ଆଣିବେ ।

ସୂଚନାଯୋଗ୍ୟ ଯେ, ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧରେ ବିଜେପିର ସୁନୀଲ ୟାଦବ ଏବଂ କଂଗ୍ରେସର ରମେଶ ସବ୍ବରୱାଲ ନିର୍ବାଚନ ଲଢୁଛନ୍ତି ।

ABOUT THE AUTHOR

...view details