ଓଡିଶା

odisha

ETV Bharat / bharat

ହ୍ୟାକ୍‌ ହେଲା ଦିଲ୍ଲୀ ବିଜେପି ଓ୍ବେବସାଇଟ ! - ବିଜେପି

ଦିଲ୍ଲୀ ବିଜେପିର ଓ୍ବେବସାଇଟ ହ୍ୟାକ୍‌ ହେବା ଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଓ୍ବେବସାଇଟର ପୁରା ସ୍କ୍ରିନ୍‌ରେ ବିଫ୍‌ର ଛବି ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 30, 2019, 8:53 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେଉଥିବାବେଳେ ଅନ୍ୟପଟେ ଦିଲ୍ଲୀ ବିଜେପିର ଓ୍ବେବସାଇଟ ହ୍ୟାକ୍‌ ହେବା ଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ।

ବିଜେପିର ଓ୍ବେବସାଇଟ ହ୍ୟାକ୍‌ କରାଯିବା ସହ ସମ୍ପୂର୍ଣ୍ଣ ମେନୁକୁ ବଦଳାଇ ଦିଆଯାଇଛି । ଓ୍ବେବସାଇଟର ପୁରା ସ୍କ୍ରିନ୍‌ରେ ବିଫ୍‌ ଲେଖା ଥିବା ଛବି ଦେଖିବାକୁ ମିଳିଛି । ଖବର ସାମ୍ନାକୁ ଆସିବା ପରେ ଓ୍ବେବସାଇଟର ମୁଖ୍ୟ ପେଜ୍‌କୁ ଠିକ କରି ଦିଆଯାଇଛି ।

ଫ୍ରେଞ୍ଚ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଇଲିୟଟ ହ୍ୟାକ୍‌ ହୋଇଥିବା ପେଜ୍‌କୁ ଟୁଇଟର ଆକାଉଣ୍ଟରେ ଟୁଇଟ କରିଥିବାବେଳେ ଏଯାଏଁ କୌଣସି ହ୍ୟାକର ଗ୍ରୁପ ହ୍ୟାକ୍‌ ନେଇ ନିଜକୁ ଦାୟୀ କରିନାହାଁନ୍ତି ।

ABOUT THE AUTHOR

...view details