ଓଡିଶା

odisha

ETV Bharat / bharat

ବିଜେପି କାର୍ଯ୍ୟାଳୟ ଆଗରେ ଦଳୀୟ ନେତ୍ରୀଙ୍କୁ ମାଡ଼ - ବିଜେପି କାର୍ଯ୍ୟାଳୟ

ଦିଲ୍ଲୀରେ ରାଜନୈତିକ ପାଣିପାଗ ଉଷ୍ମ ହେଉଥିବା ବେଳେ ମହିଳା ନେତ୍ରୀଙ୍କୁ ମାଡ଼ମରା ଘଟଣା ଏହାକୁ ଆହୁରି ସରଗରମ କରି ପକାଇଛି । ଏହି ଘଟଣାରେ ଦିଲ୍ଲୀର ପୂର୍ବତନ ମେୟର ସରିତାଙ୍କୁ ମେହେରୋଲି ଅଧ୍ୟକ୍ଷ ଆଜାଦ ଚୌଧୂରୀ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ମାତ୍ର ଏହାକୁ ଦିଲ୍ଲୀ ବିଜେପି ନେତା ମନୋଜ ତିଓ୍ବାରୀ ବିରୋଧ କରିବା ସହିତ ଆଜାଦଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 20, 2019, 6:58 PM IST

ନୂଆଦିଲ୍ଲୀ: ଆସନ୍ନ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀର ରାଜନୈତିକ ପାଣିପାଗ ଗରମ ଥିବା ବେଳେ ଜଣେ ବିଜେପି ନେତ୍ରୀଙ୍କୁ ମାଡ଼ ଘଟଣା ଏହାକୁ ଆହୁରି ସରଗରମ କରିଦେଇଛି । ଗୁରୁବାର ବିଜେପି ନିର୍ବାଚନ ପ୍ରସ୍ତୁତି ବୈଠକ ଚଳାଇଥିବା ବେଳେ ଦିଲ୍ଲୀର ପୂର୍ବତନ ମେୟରଙ୍କୁ ଅନ୍ୟ ଜଣେ ବିଜେପି ନେତା ମାଡ଼ ମାରିଥିଲେ ।

ମାଡ଼ ମାରିବାର ଦୃଶ୍ୟ

ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିଲ୍ଲୀର ଦକ୍ଷିଣ ଜିଲ୍ଲାରେ ବିଜେପି ନିର୍ବାଚନୀ ବୈଠକ ଡକାଇଥିଲା । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନେତୃତ୍ବରେ ଉକ୍ତ ବୈଠକ ଅନୁଷ୍ଠିତ ହେବାର ଥିଲା । ତେବେ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀର ତୁଙ୍ଗନେତା ମାନେ ଉପସ୍ଥିତ ହୋଇଥିଲେ । ସେମାନଙ୍କ ମଧ୍ୟ ଦିଲ୍ଲୀର ପୂର୍ବତନ ମେୟର ସରିତା ଚୌଧୂରୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ସରିତା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ କଥା ହେଉଥିଲେ ।

ବିକାଶ ତଓ୍ବଂରଙ୍କ ନିଯୁକ୍ତି ପତ୍ର

ଏହି ସମୟରେ ତାଙ୍କର ସ୍ବାମୀ ତଥା ମେହେରୋଲୀ ଅଧ୍ୟକ୍ଷ ଆଜାଦ ଚୌଧୂରୀ ପଛପଟୁ ସରିତାଙ୍କୁ ମାଡ଼ ମାରିଥିଲେ । ଏପରିକି ତାଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଏହାକୁ ଦେଖି ସମସ୍ତେ ଚକିତ ହେବା ସହିତ ସ୍ତବ୍ଧ ହୋଇଯାଇଥିଲେ । ତେବେ ହଠାତ କାହାକୁ କିଛି ଏନେଇ ବୁଝା ପଡ଼ିନଥିଲା ।

ଆଜାଦଙ୍କ ଏଭଳି କାର୍ଯ୍ୟ ଯୋଗୁଁ ବୈଠକକୁ ବାତିଲ କରିଦିଆଯାଇଛି । ବୈଠକରୁ ପ୍ରଥମେ ସାଂସଦମାନେ ବୈଠକରୁ ବାହାରି ଆସିଥିଲେ । ଏହି ଘଟଣା ପରେ ପ୍ରଦେଶ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକକୁ ଅଧାରୁ ବାତିଲ କରିଦିଆଯାଇଥିଲା । ବିଜେପି ନେତା ମନୋଜ ତିଓ୍ବାରୀ ସରିତାଙ୍କ ସପକ୍ଷରେ ଆଜାଦଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଆଜାଦଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି ମନୋଜ । ଏହା ସହିତ ତାଙ୍କୁ ତୁରନ୍ତ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବିକାଶ ତଓ୍ବଂରଙ୍କୁ ମେହେରୋଲି ଜିଲ୍ଲାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏଠାରେ କହି ରଖୁଛୁ ଯେ, ଆଜାଦ ଚୌଧୂରୀ ନିଗମ ପରିଷଦ ମଧ୍ୟ ରହିସାରିଛନ୍ତି ।

ABOUT THE AUTHOR

...view details