ଓଡିଶା

odisha

ETV Bharat / bharat

ରୋହିଣୀ ଜେଲର ସହକାରୀ ଅଧୀକ୍ଷକ କୋରୋନା ଆକ୍ରାନ୍ତ - ରୋହିଣୀ ଜେଲ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ଜେଲର ସହକାରୀ ଅଧୀକ୍ଷକ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ତାଙ୍କ ପରିବାର ତିହାର ଜେଲର ରେସିଡେନ୍ସ ବ୍ଲକରେ ରୁହନ୍ତି। ବର୍ତ୍ତମାନ ତାଙ୍କ ବ୍ଲକକୁ ସିଲ୍ କରାଯାଇଛି। ଏହା ସହିତ ଅନେକ ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

_corona
ରୋହିଣୀ ଜେଲର ସହକାରୀ ଅଧୀକ୍ଷକ କୋରୋନା ଆକ୍ରାନ୍ତ

By

Published : May 20, 2020, 1:03 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ପାର କରିଛି । ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ଜେଲର ସହକାରୀ ଅଧୀକ୍ଷକ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ତାଙ୍କ ପରିବାର ତିହାର ଜେଲର ରେସିଡେନ୍ସ ବ୍ଲକରେ ରୁହନ୍ତି। ବର୍ତ୍ତମାନ ତାଙ୍କ ବ୍ଲକକୁ ସିଲ୍ କରାଯାଇଛି। ଏହା ସହିତ ଅନେକ ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

ସେହିପରି ଦିଲ୍ଲୀର ଅନେକ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ତଳେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜଣେ ସହକାରୀ କମିଶନର (ଏସିପି) ଏବଂ ଜଣେ ପୋଲିସ ଦାୟିତ୍ୱରେ ଥିବା ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିଲେ ।

ସେମାନଙ୍କ ସମ୍ପର୍କରେ ଆସିଥିବା 17 ଜଣ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟିନରେ ରଖାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୋଲିସର ପ୍ରାୟ 180 କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 78 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ 500 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 10054ରେ ପହଞ୍ଚିଛି । ଏହାଛଡା ବର୍ତ୍ତମାନ ଦିଲ୍ଲୀରେ 168 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details