ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି(ଗୁରୁବାର) ପ୍ରଚାରର ଶେଷ ଦିନ । ଶାସକ ଦଳ ଆମ ଆଦମି ପାର୍ଟି, ବିଜେପି ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ଖେଳର ଶେଷ ବାଜି ଲଗାଇବେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜଧାନୀରେ ମାରାଥନ ପ୍ରଚାର କରିବେ ନେତାମାନେ । ଦିଲ୍ଲୀର ଶାସନ ଗାଦିକୁ ପୁଣିଥରେ ଦଖଲ କରିବା ପାଇଁ ଆଜି ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ବିଜେପି ମଧ୍ୟ ଆଜି ବଡ ବଡ ବ୍ୟକ୍ତିଙ୍କୁ ପ୍ରଚାର ମୈଦାନରେ ଓହ୍ଲାଇବ ।
ଦିଲ୍ଲୀ ନିର୍ବାଚନ: ଶେଷ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ସାଇନା-ଖଲ୍ଲୀ - delhi assembly election
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି(ଗୁରୁବାର) ପ୍ରଚାରର ଶେଷ ଦିନ । ବିଜେପି ପାଇଁ ଆଜି ଦୁଇ ବରିଷ୍ଠ ଖେଳାଳି ପ୍ରଚାର ମୈଦାନକୁ ଓହ୍ଲାଇବେ । ଅଧିକ ପଢନ୍ତୁ...
ଗୃହମନ୍ତ୍ରୀ ଅମିତ ଶାହ ଆଜି ସକାଳ 11ଟା ସମୟରେ ସୀମାପୁରୀ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ଏହାପରେ ଅପରାହ୍ନ ଏବଂ ସନ୍ଧ୍ୟାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସକାଳ ପ୍ରାୟ 11ଟା ସମୟରେ ମୁଣ୍ଡକ ବିଧାନସଭା କ୍ଷେତ୍ରରେ ରୋଡ ଶୋ କରିବେ । ଏହା ବ୍ୟତୀତ ସେ ନଗଲାଇ ରେଲୱେ ଷ୍ଟେସନରୁ ସ୍ବର୍ଣ୍ଣ ପାର୍କ ପର୍ଯ୍ୟନ୍ତ ପଦଯାତ୍ରା କରିବେ ।
ବିଜେପି ପାଇଁ ଆଜି ଦୁଇ ବରିଷ୍ଠ ଖେଳାଳି ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ । ଡବ୍ଲୁ୍ଡବ୍ଲୁଏଫ ଷ୍ଟାର ଗ୍ରେଟ ଖଲ୍ଲୀ ଏବଂ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିବା ବେଡମିଣ୍ଟନ ଖେଳାଳି ସାଇନା ନେହୱାଲ ମଧ୍ୟ ଦଳ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି ।