ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ବୁଧବାର 'ଗମ୍ଭୀର' ଶ୍ରେଣୀରେ ରହିଛି । ଶୀତ ଏବଂ କୁହୁଡି ଯୋଗୁଁ ଲଗାତାର ଅଷ୍ଟମ ଦିନ ମଧ୍ୟ ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟଧିକ ଖରାପ ରହିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁଯାୟୀ, ବୁଧବାର ଗାଜିଆବାଦରେ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 456 ରହିଛି ଯାହା 'ଗମ୍ଭୀର' ଶ୍ରେଣୀରେ ବିବେଚିତ ହୁଏ । ସେହିପରି ପ୍ରତାପଗଞ୍ଜରେ ଏକ୍ୟୁଆ 403 ରେକର୍ଡ କରାଯାଇଥିବା ବେଳେ ଇଣ୍ଡିଆ ଗେଟ ନିକଟରେ ଏକ୍ୟୁଆଇ 341 ରେକର୍ଡ ହୋଇଛି ।
ପୁଣି ସଙ୍କଟରେ ଦିଲ୍ଲୀବାସୀ, ଗମ୍ଭୀର ହେଲା ବାୟୁ ପ୍ରଦୂଷଣ
ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ବୁଧବାର 'ଗମ୍ଭୀର' ଶ୍ରେଣୀରେ ରହିଛି । ଜାଣନ୍ତୁ କେଉଁ ଅଞ୍ଚଳରେ କେତେ ରହିଛି ଏକ୍ୟୁଆଇ..
ଫାଇଲ ଫଟୋ
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।