ଓଡିଶା

odisha

ETV Bharat / bharat

କୋରୋନା ରୋଗୀଙ୍କ ମୃତଦେହ ଅଦଳ ବଦଳ ଘଟଣା, ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲା ଏମ୍ସ

ଦେଶର ସବୁଠୁ ବଡ ଡାକ୍ତରଖାନା ଦିଲ୍ଲୀ ଏମ୍ସରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଏହି ମେଡିକାଲରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହକୁ ଅଦଳ ବଦଳ କରିବା ଅଭିଯୋଗରେ ମେଡିକାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

_aiims
ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲା ଏମ୍ସ

By

Published : Jul 9, 2020, 11:27 AM IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଡାକ୍ତରଖାନା ଦିଲ୍ଲୀ ଏମ୍ସରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଏହି ମେଡିକାଲରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହକୁ ଅଦଳବଦଳ କରିବା ଅଭିଯୋଗରେ ମେଡିକାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଏମ୍ସରେ ଦୁଇ କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ ଅଦଳ ବଦଳ ହୋଇଥିବା ନେଇ ଖବର ମିଳିଥିଲା । ଏଠାରେ ସବୁଠାରୁ ବଡ କଥା ହେଲା ଉଭୟ ମୃତ ମହିଳା ଅଲଗା ଅଲଗା ସମ୍ପ୍ରଦାୟର ଥିଲେ । ସେମାନଙ୍କ ମଧ୍ୟରୁ ଏକ ପରିବାର ଅନ୍ତିମ ସଂସ୍କାରର ରୀତିନୀତି ସମ୍ପନ୍ନ କରିଥିଲେ।

ମାତ୍ର ଯେତେବେଳେ ଅନ୍ୟ ଏକ ପରିବାର ମୃତଦେହର ମୁହଁ ଦେଖିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ମେଡିକାଲକୁ ଏନେଇ ଅଭିଯୋଗ କରିଥିଲେ । ଏହାପରେ ଏମ୍ସ କର୍ତ୍ତୃପକ୍ଷ ଡ୍ୟୁଟିରେ ଥିବା ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ।

ABOUT THE AUTHOR

...view details