ନୂଆଦିଲ୍ଲୀ: ଦିଲ୍ଲୀର ଚିନ୍ତା ବଢାଇଛି କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର 33 ଅଞ୍ଚଳକୁ ସିଲ କରାଯାଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି ।
କୋରୋନା ଭୟ, ଦିଲ୍ଲୀର 33 ଅଞ୍ଚଳ ସିଲ୍ - ଦିଲ୍ଲୀ ନ୍ୟୁଜ
ଦିଲ୍ଲୀର ଚିନ୍ତା ବଢାଇଛି କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର 33 ଅଞ୍ଚଳକୁ ସିଲ କରାଯାଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ସୂଚନା ଦେଇଛନ୍ତି ।
ଦିଲ୍ଲୀର 33 ଅଞ୍ଚଳ ସିଲ୍
ଏଥିସହ ସେ କହିଛନ୍ତି, ଦିଲ୍ଲୀରେ ସିଲ୍ କରାଯାଇଥିବା 33 ଅଞ୍ଚଳରେ ଥିବା ପ୍ରତ୍ୟେକ ପରିବାରର ଜଣ ଜଣ ସଦସ୍ୟଙ୍କ ସ୍କ୍ରିନିଂ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯିବ ତେବେ ତାଙ୍କର ତୁରନ୍ତ କୋରୋନା ପରୀକ୍ଷା କରାଯିବ ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 8356 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 716 ଆକ୍ରାନ୍ତ ସୁସ୍ଥ ଥିବାଜଣାପଡିଛି ।ଏଥିସହ ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଛି ।