ଓଡିଶା

odisha

ETV Bharat / bharat

ମୁସଲମାନ ଆମ ହୃଦୟରେ ଅଛନ୍ତି: ରାଜନାଥ ସିଂହ - defense minister rajnath singh

ମୁସଲମାନ ଆମ ହୃଦୟରେ ଅଛନ୍ତି । ବିଜେପି ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ବାସ ରଖେନାହିଁ । ସାମ୍ପ୍ରଦାୟିକ ରାଜନୀତିର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଅଧିକ ପଢନ୍ତୁ...

rajnath singh
ରାଜନାଥ ସିଂହ

By

Published : Feb 23, 2020, 2:16 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ନେଇ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି । ସିଏଏ ଏବଂ ଏନଆରସିକୁ ମୁସଲମାନ ବିରୋଧୀ ଦର୍ଶାଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକମାନେ । ତେବେ ଇତି ମଧ୍ୟରେ ମୁସଲମାନଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୁସଲମାନ ଆମ ହୃଦୟରେ ଅଛନ୍ତି । ବିଜେପି ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ବାସ ରଖେନାହିଁ । ସାମ୍ପ୍ରଦାୟୀକ ରାଜନୀତିର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ରାଜନାଥ ସିଂହ କହିଛନ୍ତି ।

ମୋଦି ସରକାର ଧାର୍ମିକ ରୂପରେ ସଂଖ୍ୟାଲଘୁଙ୍କ ବିରୋଧୀ ବୋଲି ବିପକ୍ଷ ଦଳ ଅଭିଯୋଗ କରୁଥିବା ବେଳେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଏହାକୁ ଖଣ୍ଡନ କରିଛନ୍ତି ରାଜନାଥ ସିଂହ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ପ୍ରାରମ୍ଭରୁ ହିଁ ମୁସଲିମ ନାଗରିକଙ୍କ ମନରୁ ଭୟ ଏବଂ ଅନ୍ଧବିଶ୍ବାସ ଦୂର କରିବାର ପ୍ରୟାସ କରୁଛନ୍ତି । କିନ୍ତୁ କିଛି ଲୋକ ସେମାନଙ୍କୁ ଭ୍ରମିତ କରୁଛନ୍ତି । ବିଜେପି କୌଣସି ବି ପରିସ୍ଥିତିରେ ଭାରତର ସଂଖ୍ୟାଲଘୁଙ୍କ ବିରୋଧରେ ଯିବ ନାହିଁ । ମୋଦି ପ୍ରାରମ୍ଭକୁ ହିଁ 'ସବକା ସାଥ ସବକା ବିକାଶ' ନାରା ଦେଇଆସୁଛନ୍ତି । ଜାତି, ଧର୍ମ ଏବଂ ରଙ୍ଗ ଆଧାରରେ ଭେଦଭାବ କରିବାର ପ୍ରଶ୍ନ ହିଁ ଉଠୁନଥିବା ସେ କହିଛନ୍ତି ।

ବିରୋଧୀ ଦଳକୁ ଟାର୍ଗେଟ କରି ରାଜନାଥ ସିଂହ କହିଛନ୍ତି, କିଛି ଲୋକ କେବଳ ଭୋଟ ବ୍ୟାଙ୍କର ରାଜନୀତି କରନ୍ତି । ରାଜନୀତି ଭୋଟବ୍ୟାଙ୍କ ପାଇଁ ନୁହେଁ ବରଂ ରାଷ୍ଟ୍ରର ନିର୍ମାଣ ପାଇଁ କରିବା ଉଚିତ ବୋଲି ସେ କହିଛନ୍ତି ।

@IANS

ABOUT THE AUTHOR

...view details