ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର କହିଛି ଯେ, ଏହାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) 28,000 କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଏସିର ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଯେଉଁଥିରେ 25,000 କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ମାମଲା ସ୍ୱଦେଶୀ ଡିଜାଇନ ବିକାଶ ଏବଂ ଉତ୍ପାଦନ ବର୍ଗରେ ଅନୁମୋଦିତ ହୋଇଛି।
DACର 28 ହଜାର କୋଟି ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ
DACର 28 ହଜାର କୋଟି ମୂଲ୍ୟର ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଯେଉଁଥିରେ 25,000 କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ମାମଲା ସ୍ୱଦେଶୀ ଡିଜାଇନ ବିକାଶ ଏବଂ ଉତ୍ପାଦନ ବର୍ଗରେ ଅନୁମୋଦିତ ହୋଇଛି ।
DACର 28 ହଜାର କୋଟି ମୂଲ୍ୟର ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବାୟୁସେନା ପାଇଁ ବାୟୁସେନା ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀ (AEW & CS) ଏବଂ ସେନା ପାଇଁ ମଡ୍ୟୁଲାର୍ ବ୍ରିଜ୍ ଡିଜାଇନ୍ ଏବଂ ବିକଶିତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।