ଓଡିଶା

odisha

ETV Bharat / bharat

ବିଧାୟକଙ୍କ ଦଳବଦଳ: ଆନ୍ଦୋଳନ କରିବ କଂଗ୍ରେସ - ବିଧାୟକ

ମୁଖ୍ୟ ବିରୋଧି ଧଲର କଂଗ୍ରେସର 12 ବିଧାୟକଙ୍କ ଟିଆରଏସରେ ସାମିଲକୁ ବିଧାନସଭା ଅଧ୍ୟକ୍ଷ ସଠିକ ଦର୍ଶାଇବା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିବ ବୋଲି ମଧ୍ୟ ଘୋଷଣା କରିଛି। ଏହାର ପ୍ରତିବାଦରେ ବିରୋଧି ଦଳ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କା ଶନିବାର ପୂର୍ବାହ୍ନ 11ଟାରୁ 36 ଘଣ୍ଟା ଯାଏ ଅନଶନ କରିବେ ବୋଲି ତେଲଙ୍ଗାନା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉତ୍ତମ ରେଡ୍ଡୀ ସୂଚନା ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 8, 2019, 3:22 PM IST

Updated : Jun 8, 2019, 3:28 PM IST

ହାଇଦ୍ରାବାଦ: ତେଲେଙ୍ଗନାରେ କଂଗ୍ରେସର 12 ବିଧାୟକ କ୍ଷମତାସୀନ ଟିଆରଏସରେ ସାମିଲ ହେବା ପରେ ରାଜନୈତିକ ସଙ୍କଟ ପରିସ୍ଥିତିର ସମ୍ନା କରୁଥିବା କଂଗ୍ରେସ ସୋମବାର ହାଇକୋର୍ଟର ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଛି।

12 ବିଧାୟକଙ୍କ ଟିଆରଏସରେ ସାମିଲକୁ ବିଧାନସଭା ଅଧ୍ୟକ୍ଷ ସଠିକ ଦର୍ଶାଇବା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିବ ବୋଲି ମଧ୍ୟ ଘୋଷଣା କରିଛି। ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି କଂଗ୍ରେସର ବିଧାୟକଙ୍କୁ କିଣିଥିବା ନେଇ ଦଳ ପକ୍ଷରୁ ଆରୋପ ଲଗାଇଥିବା ବେଳେ ଏନେଇ ଲୋକପାଳ ପାଖକୁ ଯିବା ସହିତ ଆଗାମୀ ସଂସଦର ଅଧିବେସନରେ ଏ ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ତେଲେଙ୍ଗନାର ବିଭିନ୍ନ କ୍ଷେତ୍ରରେ ଶୁକ୍ରବାର କଂଗ୍ରେସ କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇଥିବା ବେଳେ ବିଧାନସଭାରେ ବିପକ୍ଷ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କା ଶନିବାର ପୂର୍ବାହ୍ନ 11ଟାରୁ 36 ଘଣ୍ଟା ଯାଏ ଅନଶନ କରିବେ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉତ୍ତମ ରେଡ୍ଡୀ ସୂଚନା ଦେଇଛନ୍ତି। ଏଥିସହ ଶନିବାର ରାଜ୍ୟବ୍ୟାପି ଧାରଣା ପ୍ରଦର୍ଶନ ହେବ ବୋଲି ସେ ଜଣାଇଛନ୍ତି।

Last Updated : Jun 8, 2019, 3:28 PM IST

ABOUT THE AUTHOR

...view details