ମୁମ୍ବାଇ: ମୁମ୍ବାଇ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଶୁଣାଣି ହୋଇଛି । ଏହି ମାମାଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଗୁଆ ଜାମିନ ମିଳିଛି ।15 ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ରାହୁଲଙ୍କୁ ଜାମିନ ମିଳିଛି । ସମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା ସହ 'ବିଜେପି-ଆରଏସଏସ ବିଚାରଧାରା'କୁ କିଛି ଦିନ ତଳେ ଯୋଡିଥିଲେ ରାହୁଲ ।
RSS ମାନହାନି ମକଦ୍ଦମା, ରାହୁଲଙ୍କୁ 15 ହଜାର ଜୋରିମାନା - 15 thousand
ମୁମ୍ବାଇ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଶୁଣାଣି ହୋଇଛି । 15 ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ରାହୁଲଙ୍କୁ ଜାମିନ ମିଳିଛି ।
ଫଟୋ ସୌଜନ୍ୟ: ଏଏନଆଇ
ପ୍ରକାଶ ଯେ, ରାହୁଲଙ୍କ ବିରୋଧରେ ଆଏସଏସର ଜଣେ କର୍ମୀ ମାନହାନି ମୋକଦ୍ଦମା ଦାଏର କରିଥିଲେ । ଏହା ବିରୋଧରେ କୋର୍ଟକୁ ଯାଇଥିଲେ ଆରଏସଏସ କର୍ମୀ ।
ତେବେ ଜାମିନ ମିଳିବା ପରେ ରାହୁଲ ପ୍ରତିକ୍ରିୟା ଦେଇଛନ୍ତି । ଏହା ଆଦର୍ଶର ଲଡେଇ । ମୁଁ ଗରିବ ଓ ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି । ମୋ ଉପରେ ବିରୋଧୀଙ୍କ ଆକ୍ରମଣ ହେଉଛି, ମଜା ମଧ୍ୟ ଲାଗୁଛି । ଗତ 5 ବର୍ଷ ମଧ୍ୟରେ ଯେମିତି ଲଢିଛି ତାଠୁ 10 ଗୁଣା ଅଧିକ ଲଢିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରାହୁଲ ଗାନ୍ଧୀ ।