ଓଡିଶା

odisha

ETV Bharat / bharat

କେରଳ ବିମାନ ଦୁର୍ଘଟଣା, ବିଭିନ୍ନ ଦେଶର ସହାନୁଭୂତିକୁ ବୈଦେଶିକ ମନ୍ତ୍ରୀଙ୍କ ପ୍ରଂଶସା - କେରଳ ବିମାନ ଦୁର୍ଘଟଣା

କେରଳ କୋଝିକୋଡ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁର୍ଘଟଣାରେ ଅନେକ ଦେଶରୁ ଆସିଥିବା ସହାନୁଭୂତି ବାର୍ତ୍ତାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗଭୀର ପ୍ରଶଂସା କରିଥିବା କହିଛନ୍ତି।

_jaishankar
ବିଭିନ୍ନ ଦେଶର ସହାନୁଭୂତିକୁ ବୈଦେଶିକ ମନ୍ତ୍ରୀଙ୍କ ପ୍ରଂଶସା

By

Published : Aug 10, 2020, 3:43 PM IST

ନୂଆଦିଲ୍ଲୀ: କେରଳ କୋଝିକୋଡ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁର୍ଘଟଣାରେ ଅନେକ ଦେଶରୁ ଆସିଥିବା ସହାନୁଭୂତି ବାର୍ତ୍ତାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗଭୀର ପ୍ରଶଂସା କରିଥିବା କହିଛନ୍ତି।

ଏହି ଘଟଣାକୁ ନେଇ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ମାଲେସିଆ ସମେତ ଅନେକ ଦେଶ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଟ୍ବିଟରେ କହିଛନ୍ତି, କୋଝିକୋଡ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମିଳିଥିବା ସହାନୁଭୂତିର ବାର୍ତ୍ତାକୁ ଗଭୀର ପ୍ରଶଂସା କରୁଛି। ଏହି ସଙ୍କଟ ସମୟରେ ଏହି ସମର୍ଥନ ଶକ୍ତିର ଯୋଗାଇଥାଏ ।

ପ୍ରକାଶ ଥାଉକି, ପ୍ରବଳ ବର୍ଷା କାରଣରୁ ଅଗଷ୍ଟ 7 ରେ କେରଳର କୋଝିକୋଡ ସ୍ଥିତ କାରିପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ରନୱେରୁ ଖସିଯିବା ପରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିଲା।

ABOUT THE AUTHOR

...view details