ହାଇଦ୍ରାବାଦ: ଚାଲିଛି ଗ୍ରୀଷ୍ମ ଋତୁ । ଏପରି ସ୍ଥିତିରେ, ଆମ ସମସ୍ତଙ୍କୁ ଫ୍ରିଜର ଆବଶ୍ୟକତା ରହିଛି । କାରଣ ଏହି ସମୟରେ ଫଳ, ପନିପରିବା ଓ ଖାଦ୍ୟ ପଦାର୍ଥ ଫ୍ରିଜରେ ରଖିଥାଉ। ନଚେତ ଅତ୍ୟଧିକ ଉତ୍ତାପରେ ଏଗୁଡିକ ଖୁବ ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏପରି ସମୟରେ ଫ୍ରିଜ ବ୍ୟବହାର ମଧ୍ୟ ବଢିଯାଇଥିବାରୁ, ଏହାର ଯତ୍ନ ନେବା ନିହାତି ଆବଶ୍ୟକ, ନଚେତ ଏହା ଖରାପ ହେବାକୁ ବେଶି ସମୟ ଲାଗିବନି ।
ଯଦି ଆପଣ ଚାହାଁନ୍ତି, ଆପଣଙ୍କର ଫ୍ରିଜ ସଠିକ ଭାବରେ କାମ କରୁ ତେବେ ଆମକୁ ସମୟ ସମୟରେ ଏହାକୁ ସଫା କରିବାକୁ ପଡିବ । ସବୁବେଳେ ପରିଷ୍କାର ପରିଚ୍ଛନ୍ନତାର ଆବଶ୍ୟକ ରହିଛି । କାରଣ ଏହା ଆମ ଖାଦ୍ୟ ଏବଂ ପାନୀୟ ଜିନିଷକୁ ସୁରକ୍ଷିତ ରଖେ, ଯଦି ଏହି ଜିନିଷ ଗୁଡ଼ିକରେ ମଇଳା ଥାଏ ତେବେ ରୋଗ ଆମ ଶରୀରରେ ପ୍ରବେଶ କରିବ । ତେଣୁ ଜାଣନ୍ତୁ ଫ୍ରିଜ ସଫା କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।
ଫ୍ରିଜ ସଫା କରିବା ପୂର୍ବରୁ ଏହାକୁ ଖାଲି କରନ୍ତୁ ଏବଂ ଏହାର ସମସ୍ତ ଆସେସରିଜ ଗୁଡିକୁ ଅଲଗା ଭାବରେ ବାହାର କରନ୍ତୁ ।
ଏହାପରେ ଫ୍ରିଜ ର ଆସେସରିଜ ଗୁଡିକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।