ଓଡିଶା

odisha

ETV Bharat / bharat

ପ୍ରାଚୀନ ବସ୍ତୁରେ ଘର ସାଜସଜ୍ଜା - ଲକଡାଉନରେ ଘର ସାଜସଜ୍ଜା

ଘର ସଜାଇବା ପାଇଁ ଏକ ଶସ୍ତା ସାମଗ୍ରୀ ହେଉଛି ପ୍ରାଚୀନ ବସ୍ତୁର ବ୍ୟବହାର । କିଛି ପୁରୁଣା ଜିନିଷକୁ ରଙ୍ଗ ଦେଇ ଅଥବା ସାମାନ୍ୟ ହାତ କାମ କରି ଏକ ନୂଆ ରୂପ ଦିଅନ୍ତୁ । ଅଧିକ ପଢନ୍ତୁ...

ପ୍ରାଚୀନ ବସ୍ତୁରେ ଘର ସାଜସଜ୍ଜା
ପ୍ରାଚୀନ ବସ୍ତୁରେ ଘର ସାଜସଜ୍ଜା

By

Published : May 29, 2020, 7:00 AM IST

ହାଇଦ୍ରାବାଦ: ଘର ସାଜସଜ୍ଜାରେ ରୁଚି ରଖୁଥିବା ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଚତ୍ମକାର ଉପାୟ । କାରଣ ବଜେଟ ଅନୁସାରେ ଘର ଚକାଚକ ଦିଶିବା ସମ୍ଭବ ହୁଏନି । ସେପଟେ କିନ୍ତୁ ମନରେ ଥାଏ ଆଧୁନିକ ଲୁକ ଦେବାର ଇଚ୍ଛା । ତେଣୁ ଘରକୁ ମହଙ୍ଗା ଲୁକ ଦେବା ପାଇଁ ପ୍ରାଚୀନ ବସ୍ତୁ ବ୍ୟବହାର ସବୁଠୁ ବଢିଆ ଉପାୟ ।

ଘର ସଜାଇବା ପାଇଁ ଏକ ଶସ୍ତା ସାମଗ୍ରୀ ହେଉଛି ପ୍ରାଚୀନ ବସ୍ତୁର ବ୍ୟବହାର । କିଛି ପୁରୁଣା ଜିନିଷକୁ ରଙ୍ଗ ଦେଇ ଅଥବା ସାମାନ୍ୟ ହାତ କାମ କରି ଏକ ନୂଆ ରୂପ ଦିଅନ୍ତୁ । ଏହାପରେ ଏହି ବସ୍ତୁ ନୂଆ ଭଳି ଦେଖାଯିବ । ଘରର କୌଣସି କୋଣରେ କିମ୍ବା କାନ୍ଥରେ ଏହାକୁ ରଖି ଦିଅନ୍ତୁ ।

ତେବେ ଏହି ସାମଗ୍ରୀ ଯଦି ଆପଣଙ୍କ ପାଖରେ ଅଛି ତ ଉତ୍ତମ । ନହେଲେ ଏହା କିଣିବାରେ ଅଧିକ ଖର୍ଚ୍ଚ ହେବନି । ଆଉ ପ୍ରାଚୀନ ସାମଗ୍ରୀ ଘରେ ରହିଲେ ମଧ୍ୟ ଶୁଭ ବୋଲି ବାସ୍ତୁବିତ କହିଛନ୍ତି । ବିଭିନ୍ନ ସେଲିବ୍ରିଟିଙ୍କ ଘରେ ଆପଣ ଏହି ପୁରୁଣା ସାମଗ୍ରୀ ଦେଖିପାରିବେ ଯାହା ଘରକୁ ଚତ୍ମକାର ଲୁକ ଦେଇଥାଏ ।

ସେହିପରି ଆପଣ ବିଭିନ୍ନ ଆର୍ଟ ବା ପରଦା ବ୍ୟବହାର କରିପାରିବେ । ମହଙ୍ଗା ଲୁକ ଥିବା ପରଦା କିଣନ୍ତୁ । ଏହା ଦେଖାଯିବାରେ ଅଧିକ ଅର୍ଥ ଲାଗିପାରେ କିନ୍ତୁ ପ୍ରକୃତରେ ଏହା ବେଶୀ ଖର୍ଚ୍ଚ ହୋଇନଥାଏ । ଥ୍ରିଡି ଇଫେକ୍ଟସ ଥିବା ପରଦା କିଣି ଲଗାନ୍ତୁ । ଏହା ଘର ଭିତରକୁ ଏକ ମହଙ୍ଗା ଲୁକ ଦେବ ।

ABOUT THE AUTHOR

...view details